ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତାର କରାଳ ରୂପ ଦେଖାଇ ଡରାଉଛି । ତେବେ କରୋନା ପୂର୍ବରୁ କେଉଁ ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି ଆସନ୍ତୁ ତା ବିଷୟରେ ଜାଣିବା ।
ପ୍ଲେଗ: ୧୭୨୦ରେ ପ୍ଲେଗ ମହାମାରୀ ରୂପ ନେଇଥିଲା । ଏଥିରେ ୨ ବର୍ଷ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ଅବଶ୍ୟ ସେତେବେଳେ ସଚେତନାତା ଓ ସ୍ୱାସ୍ଥ୍ୟବସ୍ଥା ସେତେଟା ଉଚ୍ଚକୋଟୀର ନ ଥିଲା । ସ୍ପେନିଶ ଫ୍ଲୁ: ପ୍ରଥମ ବିଶ୍ୱକପ ପରେ ୧୯୨୦ରେ ସ୍ପେନିଶ ଫ୍ଲୁ ନାମକ ମହାମାରୀ ସୈନ୍ୟ ପ୍ରଶିକ୍ଷଣ ଶିବିରରେ ଆରମ୍ଭ ହୋଇଥିଲା । ବିଶେଷତଃ ଏହା ଫ୍ରାନ୍ସର ସୀମାରେ ବ୍ୟାପିଥିଲା । ସର୍ବାଧିକ ଲୋକ ଏଥିରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଏ । ଏହାର ମଧ୍ୟ କୌଣସି ଅଫିସିଆଲ ରେକର୍ଡ ନାହିଁ ।
କଲେରା: ୧୮୨୦ରେ କଲେରା ତାର ଭୟଙ୍କର ରୂପ ଦେଖାଇଥିଲା । ଭାରତ, ଜାପାନ, ଥାଇଲାଣ୍ଡ, ଭିଏତନାମ, ଓମାନ, ଚୀନ, ମୋରିସସ ଓ ସିରିୟାରେ ଏହି ମହାମାରୀ ଯୋଗୁ ଲକ୍ଷେ ଲୋକଙ୍କ ପ୍ରାଣ ଯାଇଥିଲା । ଏହାର ପ୍ରକୃତ ତଥ୍ୟ ଭିତିକ ରିପୋର୍ଟ କାହା ପାଖରେ ନାହିଁ ।
ସ୍ୱାଇନ ଫ୍ଲୁ: ୨୦୦୯ରେ ଏହି ମହାମାରୀ ୬ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା । ଏ ପର୍ଯ୍ୟନ୍ତ ଏହି ରୋଗ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ନାହିଁ ।
ଇବୋଲା: ୨୦୧୪ରେ ଇବୋଲା ଯୋଗୁ ଆଫ୍ରିକା ନିକଟବର୍ତି ଅଂଚଳରେ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ଏହାକୁ ଅବଶ୍ୟ ମହାମାରୀ ଘୋଷିତ କରାଯାଇ ନ ଥିଲା ।
BREAKING NEWS
- ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ
- ଇସ୍ରାଏଲ ଓ ହିଜବୁଲ୍ଲାହର ଅସ୍ତ୍ରବିରତି ବୁଝାମଣା, ଜାଣନ୍ତୁ କଣ ରହିଛି କାରଣ..
- ଲାଞ୍ଚ ନେଇ ଧରାପଡିଲେ ସିଡିପିଓ
- ରାପର ବାଦଶାହଙ୍କ କ୍ଲବରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଗୋଲ୍ଡି…
- ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ
- ଗୃହରେ ଗନ୍ଧମାର୍ଦ୍ଦନ ଝଡ: ମନ୍ତ୍ରୀ କହିଲେ, ପୂର୍ବ ସରକାର ଦେଇଥିଲେ, ଆମେ ଇଞ୍ଚିଏ ଦେବୁନି…
- ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା ଆଦାନୀ ଗ୍ରୁପ
- ୧.୭୭ ଲକ୍ଷ ଭୂତ ଖାଉଛନ୍ତି ରାସନ
- ପନ୍ତଙ୍କ ରେକର୍ଡ ଭାଙ୍ଗିଲେ ଉର୍ଭିଲ ପଟେଲ
- ସମ୍ଭଲ ହିଂସା; ‘ମୁସଲମାନ ହୋଇଥିବାରୁ ସେମାନଙ୍କୁ ମାରିଦିଆଯାଉଛି’
Comments are closed.