ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସାର୍କ ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି । କୋଭିଡ-୧୯ ତଥା ମହାମାରୀ କରୋନା ଭୂତାଣୁକୁ ଏକାଠି ମିଳିମିଶି ମୁକାବିଲା କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି ।
ଭିଡିଓ କନ୍ଫରେନ୍ସିଂରେ ସାମିଲ ହୋଇଥିବାରୁ ମୋଦୀ ସମସ୍ତ ରାଷ୍ଟ୍ର ସମୂହ ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ମୋଦୀ କରୋନା ମୁକାବିଲାର ମନ୍ତ୍ରୀ ଦେଇଛନ୍ତି । ପ୍ରସ୍ତୁତ ରୁହ, କିନ୍ତୁ ଛାନିଆ ହୁଅନି’ ବୋଲି କହିଛନ୍ତି । ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପି ସାରିଥିବାରୁ ସବୁ ରାଷ୍ଟ୍ରଗୁଡିକୁ ସତର୍କ ରହିବାକୁ ହେବ ବୋଲି ମୋଦୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଏହି ମହାମାରୀର ମୁକାବିଲା ପାଇଁ ଭାରତରେ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଇଛି । କରୋନାକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ଆମେ ବିଭିନ୍ନ ଦେଶରୁ ୧୪ଶହ ଲୋକଙ୍କୁ ସ୍ଥାନାନ୍ତର କରି ଆଣିଛୁ । ବର୍ତ୍ତମାନ ସୁଦ୍ଧା ଭାରତରେ ୧୫୦ରୁ କମ୍ ମାମଲା ଚିହ୍ନଟ ହୋଇଛି । କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ମୋଦୀ କହିଛନ୍ତି ।
ଏହି ଅବସରରେ ଆଫଗାନିସ୍ତାନ ରାଷ୍ଟ୍ରପତି ଡିଷ୍ଟାନ୍ସ ଏଜୁକେସନ୍ କ୍ଷେତ୍ରରେ ଭାରତର ସହାୟତା ମାଗିଥିଲେ। ଏଥି ସହ ସେ କହିଥିଲେ, କରୋନା ଗରିବ ଏବଂ ନିଷ୍ପେସିତଙ୍କ ଉପରେ ବଡ଼ ପ୍ରଭାବ ପକାଉଛି। ତେଣୁ ରୋଗ ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଏକ ମିଳିତ ଫ୍ରେମୱାର୍କ ତିଆରି କରିବାକୁ ହେବ।
ଏହି ସାର୍କ ସମ୍ମିଳନୀରେ ମୋଦୀଙ୍କ ବ୍ୟତୀତ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପୋକ୍ଷେ, ଭୁଟାନ ପ୍ରଧାନମନ୍ତ୍ରୀ ଲାଟେ ସେରିଂ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶ୍ରଫ ଘାନି ଏବଂ ପାକିସ୍ତାନ ତରଫରୁ ଡକ୍ଟର ଜାଫର ମିର୍ଜା ଯୋଗ ଦେଇଥିଲେ ।
BREAKING NEWS
- ଦିଲ୍ଲୀ ରାମଲୀଳା: ରାବଣ ସହିତ ପୋଡ଼ାଯିବ ୩୦ ଫୁଟର ‘କକ୍ରୋଚ୍’ ପ୍ରତିମୂର୍ତ୍ତି
- ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
- ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ହେବ ନିର୍ମାଣ
- ୭୫ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପଡ଼ିଲେ ୩୦ ବର୍ଷୀୟା ବ୍ଲଗର୍; ହୋଇ ସାରିଛି ନିର୍ବନ୍ଧ
- ବୈଭବ,ସଞ୍ଜୁଙ୍କୁ ନେଇ ଶ୍ରୀକାନ୍ତଙ୍କ ବଡ଼ ଅଭିଯୋଗ; ଟାର୍ଗେଟ୍ରେ ଗୌତମ ଗମ୍ଭୀର
- Odisha Student Union Elections:ଭୋଟିଂ ପରେ ଆସିଛି ଫଳାଫଳ;ରେଭେନ୍ସା,ରମାଦେବୀରେ BCJD,ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ABVP…
- ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବୁମରାହଙ୍କୁ ଦିଆଯାଇପାରେ ବିଶ୍ରାମ
- ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୬: ଭାରତୀୟ ପାସପୋର୍ଟ ରାଙ୍କିଙ୍ଗ୍ରେ ସାମାନ୍ୟ ଉନ୍ନତି, ୮୪ ତମ ସ୍ଥାନରେ ଭାରତ
- ଲୋକଭବନରେ ହେବ ଆଉ ୧୪୪ କ୍ୱାର୍ଟର୍ସ, ଭିତ୍ତିପ୍ରସ୍ତର ସ୍ଥାପନ

Comments are closed.