Latest Odisha News

କରୋନା ଆତଙ୍କ: ନିୟମ ଭାଙ୍ଗିଲେ ଇଂଲଣ୍ଡରେ ଭୋଗିବାକୁ ପଡ଼ିପାରେ ଜେଲ ଦଣ୍ଡ !

ଲଣ୍ଡନ: ମରଣାନ୍ତକ କୋଭିଡ୍ ୧୯ ନଭେଲ୍ କରୋନା ଭାଇରସ୍ ଏବେ ୧୫୬ଟିରୁ ଅଧିକ ଦେଶରେ କାୟା ବିସ୍ତାର କରିସାରିଲାଣି । କରୋନା ଭୂତାଣୁ ଲାଗି ଏବେ ୟୁରୋପର ସ୍ଥିତି ସାଂଘାତିକ । ବିଶ୍ୱରେ ଚୀନ ପରେ ଇଟାଲିରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ଇଂଲଣ୍ଡରେ ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହୋଇ ୩୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇସାରିଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରକାର କଡ଼ା ନିୟମ ଜାରି କରିଛନ୍ତି ।

ଇଂଲଣ୍ଡରେ କରୋନା ଭାଇରସ୍ ରୋକିବାକୁ ବିଭିନ୍ନ ନିୟମ ଜାରି କରାଯାଇଛି । ଏହି ନିୟମ ଭାଙ୍ଗିଲେ ଦୋଷୀଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ଏପରିକି ଦୋଷୀ ସାବ୍ୟସ୍ତ ହେଲେ ୯୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ ।

ଇତିମଧ୍ୟରେ ଇଂଲଣ୍ଡରେ କରୋନା ଭାଇରସର ମୁକାବିଲା ଲାଗି ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ଟେଷ୍ଟିଂ ଲାଗି ଯେଉଁ ବ୍ୟକ୍ତି ମନାକରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Comments are closed.