Latest Odisha News

BREAKING NEWS

ଓଡିଶାରେ କରୋନା ସତର୍କତା; ଆଉ ୩ ଜିଲ୍ଲାରେ ୧୪୪ ଧାରା ଲାଗୁ

ଭୁବନେଶ୍ୱର: ରାଜ୍ୟରେ ଜଣେ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହେବାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଲୋକଙ୍କ ଭିଡ଼କୁ ରୋକିବା ଲାଗି କନ୍ଧମାଳ, ଭଦ୍ରକ ଏବଂ ଗଜପତି ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି ।

ଏହି ଜିଲ୍ଲାଗୁଡ଼ିକରେ ଜନସମାବେଶ ତଥା ସାମାଜିକ-ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛିଜ୍ଝ

ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦୁଝର, ଗଞ୍ଜାମ, ଯାଜପୁର, ବଲାଙ୍ଗୀର ଏବଂ ପାରାଦୀପ ଆଦି ସହରରେ ଧାରା ୧୪୪ ଲାଗୁ କରାଯାଇଥିଲା। ସେହିପରି ପୁରୀର କେତେକ ସ୍ଥାନରେ କଟକଣା ଜାରି କରାଯାଇଥିବା ବେଳେ ସମୁଦ୍ର କୂଳରେ ମଧ୍ୟ ପର୍ଯ୍ୟଟକଙ୍କ ସମାଗମକୁ ନେଇ ପ୍ରଶାସନ ପକ୍ଷରୁ କିଛିଟା ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.