ଭୁବନେଶ୍ୱର: କରୋନା ପାଇଁ ଚାରିଆଡେ କଟକଣା ଜାରି ହୋଇଥିବା ବେଳେ ଗ୍ରୋସରୀ ଦୋକନା ଖୋଲିବା ନେଇ କୌଣସି କଟକଣା ରହିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ତେବେ ଦୋକନଗୁଡିକରେ ଅଜଥା ଭିଡ ନ ଜମାଇବାକୁ କୁହାଯାଇଛି । କେବଳ ଗ୍ରୋସରୀ ନୁହେଁ କ୍ଷୀର, ଫଳ, ପନିପରିବା ଓ ଔଷଧ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି ।
ସେହିପରି ଆଇଟି କମ୍ପାନୀ କର୍ମଚାରୀଙ୍କୁ ୧୪ ଦିନ ଯାଏଁ ଅଫିସ ନଆସି ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରେ କାମ ନ କରିପାରିଲେ ଛୁଟିରେ ଯିବାକୁ କୁହାଯାଇଛି । ଯଦି କେହି ନିୟମ ନମାନନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ସେହିପରି ଥାନାଗୁଡିକରେ ମଧ୍ୟ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଥିବା କିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଥାନାରେ ସ୍ୱଚ୍ଛତା ପାଇଁ ସାନିଟାଇଜର ଦିଆଯାଇଛି ।
BREAKING NEWS
- ରେଙ୍ଗାଲିରୁ ଉଦ୍ଧାର ଭୀମସାରରୁ ଅପହୃତ ନବଜାତକ
- ‘ବଡ ସ୍ବପ୍ନ ଦେଖିବା ସହିତ ତାକୁ ସାକାର କରିବାକୁ ଉଦ୍ୟମ ମଧ୍ୟ ଜାରି ରଖିବା ଆବଶ୍ୟକ’
- ଧମକ ପରେ ବଢିଲା ରାଜଧାନୀ ସୁରକ୍ଷା, ନିୟୋଜିତ ହେବେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ
- ଆଇଏନଏସ ଅରିଘାତରୁ ସଫଳତାର ସହ ପରୀକ୍ଷା ହେଲା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଜାଣନ୍ତୁ କେତେ ରହିଛି ରେଞ୍ଜ
- ରାତିରେ କାହିଁକି କାନ୍ଦନ୍ତି କୁକୁର, ଏହା କଣ ଦିଏ ସଂକେତ?
- ‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କୁ ନେଇ ଆସିଲା ବଡ ଅପଡେଟ୍
- ପନ୍ନୁର ଧମକ, ଛଦ୍ମ ବେଶରେ ଆସି…
- ୨୫ ଲକ୍ଷର ରସୁଣ ଲୁଟିନେଲେ
- ସାଂସଦ ପ୍ରିୟଙ୍କାଙ୍କ ପାଇଁ ଅଗ୍ନିପଥ
- ପାଇଲଟଙ୍କ ମୃତ୍ୟୁ ପଛର ସତ
Comments are closed.