Latest Odisha News

BREAKING NEWS

ଅନ୍ୟ ଦେଶ ଭଳି କରୋନା ମୁକାବିଲା କଲେ ଭୋକରେ ମରିବ ପାକିସ୍ତାନ: ଇମ୍ରାନ

ଇସ୍‌ଲାମାବାଦ: ସାରା ବିଶ୍ୱ କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ନିଜର ସାମର୍ଥ୍ୟ ପ୍ରତିପାଦନ କରିଥିବା ବେଳେ ସାମ୍ନାକୁ ଆସିଛି ପାକିସ୍ତାନର ବିବଶତା ।

ଭାରତ ସମେତ ଅନ୍ୟ ଦେଶ ଗୁଡିକ କରୋନା ମୁକାବିଲା କରିବା ପାଇଁ ଯେଉଁଭଳି ସମସ୍ତ ସଂସ୍ଥା ଉପରେ କଟକଣା ଜାରି କରିଛନ୍ତି ତାହା କାର୍ଯ୍ୟକାରୀ କରିବାକୁ ପାକିସ୍ତାନ ସକ୍ଷମ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଙ୍ଗଳବାର ଦିନ ଏକ ସାକ୍ଷାତକାରରେ କହିଛନ୍ତି।

ଲୋକଙ୍କୁ ଏହି ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଭାରତ ସମେତ ଅନ୍ୟାନ୍ୟ ଦେଶ ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କିମ୍ବା ସୁପାରିଶ କରିଛନ୍ତି।

ଲକ୍ଷ ଲକ୍ଷ ଲୋକଙ୍କ ବସବାସ କରୁଥିବା କରାଚି ଭଳି ମେଗାସିଟିକୁ ବନ୍ଦ କରିଦେଲେ ଏହା ପାକିସ୍ଥାନରେ ଦୁର୍ବଳ ଅର୍ଥନୀତିକୁ ନଷ୍ଟ କରିଦେବ ବୋଲି ଅଧିକାରୀମାନେ ଆଶଙ୍କା କରୁଥିବା ଇମ୍ରାନ ପ୍ରକାଶ କରିଛନ୍ତି ।

ଏଠାରେ ୨୫% ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଯଦି ସହରଗୁଡିକ ବନ୍ଦ ହୋଇଯାଏ ତେବେ ଲୋକମାନେ କରୋନାରୁ ବର୍ତ୍ତି ଯିବେ ସତ ହେଲେ ଭୋକରେ ମୃତ୍ୟୁବରଣ କରିବେ।

Leave A Reply

Your email address will not be published.