Latest Odisha News

ଆଜି ଫେରିବ ଜଗା ଟଙ୍କା !

ଭୁବନେଶ୍ୱର: ଆଜି ଫେରିବ ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଗତକାଲି ୟେସ୍ ବ୍ୟାଙ୍କ ଉପରେ ଲାଗିଥିବା ମୋରୋଟୋରିୟମ ପରିୟଡ ଶେଷ ହୋଇଛି । ତେଣୁ ବ୍ୟାଙ୍କରେ ଜମା ଥିବା ଜଗନ୍ନାଥଙ୍କ ଟଙ୍କା ଆଜି ଫେରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ରଖାଯାଇଛି।

ସୂଚନାଯୋଗ୍ୟ, ୟେସ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଶ୍ରୀମନ୍ଦିରର ଟଙ୍କା ଫେରିବ କି ନାହିଁ ସେ ନେଇ ଅଶଙ୍କା ଦେଖାଦେଇଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଥିଲା । ପରେ ବିଜେଡି ସାଂସଦମାନେ ଦିଲ୍ଲୀରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ ।

Comments are closed.