Latest Odisha News

ୟେସ ବ୍ୟାଙ୍କରୁ ଫେରିଲା ଶ୍ରୀ ଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଗଚ୍ଛିତ ଥିବା ଟଙ୍କା ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ ଆସିଛି।

ଏନେଇ ୟେସ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି । ଉକ୍ତ ପତ୍ରରେ ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ଟଙ୍କା ଫେରାଇ ଦିଆଯାଇଥିବା ଉଲ୍ଲେଖ ରହିଛି ।

ବ୍ୟାଙ୍କରେ ରଖାଯାଇଥିବା ଫିକ୍ସ ଡିପୋଜିଟ (ଏଫଡି) ସର୍ତ୍ତ ଅନୁଯାୟୀ, ୟେସ ବ୍ୟାଙ୍କ ଲି. ଡିସେମ୍ବର ୩୧, ୨୦୧୯ ପର୍ଯ୍ୟନ୍ତ ସମସ୍ତ ତ୍ରୟମାସିକ ମାସିକ ସୁଧକୁ ସମ୍ପୂର୍ଣ୍ଣ ରୂପେ ପ୍ରଦାନ କରିଛି। ୨୦୨୦ ମସିହା ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଅବଶିଷ୍ଟ ସୁଧ, ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଏସବିଆଇ ଆକାଉଣ୍ଟକୁ ୩୮୯ କୋଟି ଟଙ୍କା ସହିତ ପଠାଯାଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି।

ପ୍ରାପ୍ତ ସୂଚନାନୁଯାୟୀ ଇ-ଟ୍ରାନ୍ସଫର ମାଧ୍ୟମରେ ୩୯୭,୨୩,୨.୬୩୬ କୋଟି ଟଙ୍କା ଫେରାଇ ଦିଆଯାଇଥିବା ବେଳେ ଅବଶିଷ୍ଟ ୧୫୬ କୋଟି ଟଙ୍କା ମାର୍ଚ୍ଚ ୩୦ ତାରିଖ ମାଚ୍ୟୁରିଟି ପରେ ଅର୍ଥାତ୍ ଦ୍ୱିତୀୟ କିସ୍ତିରେ ବ୍ୟାଙ୍କ ପକ୍ଷରୁ ଫେରାଇ ଦିଆଯିବ ।

ଆହୁରି ମଧ୍ୟ ୟେସବ୍ୟାଙ୍କରେ ୩୮୯ କୋଟି ମୂଳଜମା ଗଚ୍ଛିତ ଥିବା ବେଳେ ୮କୋଟି ୨୩ ଲକ୍ଷର ସୁଧ ସହ ଫେରସ୍ତ କରାଯାଇଛି ।

Comments are closed.