Latest Odisha News

BREAKING NEWS

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ, ଜୀବନଯାତ୍ରା ବ୍ୟାହତ

ବାରିପଦା: ମୟୁରଭଞ୍ଜରେ ତେଜିଲା ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି । ବାରିପଦାଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ସହିତ ୩ ଦଫା ଦାବି ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଶନିବାର ଦିନ ୧୨ ଘଣ୍ଟିଆ ମୟୁରଭଞ୍ଜ ଜିଲ୍ଲା ବନ୍ଦ ପାଳନ ହୋଇଛି । ଏହି ବନ୍ଦ ପାଳନ ଫଳରେ ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ଜୀବନଯାତ୍ରା ଏକରକମ ବ୍ୟାହତ ହୋଇପଡ଼ିଛି ।

ବାରିପଦା ସମେତ ଜିଲ୍ଲାର ଅଧିକାଂଶ ସ୍ଥାନରେ ସମସ୍ତ ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଆଜି ବନ୍ଦ ରହିଥିବାର ପରିଲକ୍ଷିତ ହୋଇଛି । ଶନିବାର ସକାଳୁ ଆନ୍ଦୋଳନକାରୀମାନେ ୧୮ ନଂ ଓ ୪୯ ନଂ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି । ଫଳରେ ରାସ୍ତାରେ ଶହ ଶହ ଗାଡ଼ି ଚଳାଚଳ କରି ନପାରି ଅଟକି ରହିଛି ।

“ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ଯେ, ଅନେକ ଦିନରୁ ଦାବି ହେଉଥିବା ସତ୍ତେ୍ୱ ସରକାର ଏପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା କରି ନାହାନ୍ତି ।

ବାରିପଦାଠାରେ ଏକ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା କରିବା ସହିତ ମୟୁରଭଞ୍ଜ ଜିଲ୍ଲାରେ ରେଳ ଚଳାଚଳର ସୁବିଧା କରିବା ଜରୁରୀ ହୋଇ ପଡ଼ିଛି ।

ଏହି ଦାବି ଗୁଡ଼ିକ ପ୍ରତି ସରକାର ଗୁରୁତ୍ୱ ନଦେଲେ ଏହି ଆନ୍ଦୋଳନ କ୍ରମାଗତ ଭାବେ ଚାଲିବ,” ବୋଲି ଜଣେ ଆନ୍ଦୋଳନକାରୀ କହିଛନ୍ତି ।

Leave A Reply

Your email address will not be published.