Latest Odisha News

କରୋନା ଆଲର୍ଟ: ଦେଶର ପ୍ରଥମ ରାଜ୍ୟ ଭାବେ ୪୦% ଓଡ଼ିଶା ଲକ୍‌-ଡାଉନ୍ !

ଭୁବନେଶ୍ୱର: ମରଣାନ୍ତକ କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିବା ସହିତ ଓଡ଼ିଶାର ୫ଟି ଜିଲ୍ଲା ସମେତ ୮ଟି ପ୍ରମୁଖ ସହରକୁ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଭୂତାଣୁ ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରି କୌଣସି ରାଜ୍ୟ ୪୦ % ଲକ୍‌-ଡାଉନ୍ ହେବା ଓଡ଼ିଶା ହିଁ ପ୍ରଥମ ଦୃଷ୍ଟାନ୍ତ ।

କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ଏହି ପଦକ୍ଷେପ ଗ୍ରହଣ କରିବା ସହିତ ଲକ୍‌-ଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟକୁ ଯେଉଁ ୩୨୦୦ ବିଦେଶ ଫେରନ୍ତା ରହିଛନ୍ତି ସେମାନଙ୍କ ମଧ୍ୟରୁ ୭୦ ଭାଗ ଏହି ୫ଟି ଜିଲ୍ଲାର (ଖୋର୍ଦ୍ଧା (ଭୁବନେଶ୍ୱର ସମେତ), ଗଞ୍ଜାମ, କଟକ (କଟକ ସହର ସମେତ), କେନ୍ଦ୍ରାପଡ଼ା ଏବଂ ଅନୁଗୁଳ ) ।

ସେହିପରି ଭାବେ ଯେଉଁ ୮ଟି ପ୍ରମୁଖ ସହର ଗୁଡ଼ିକୁ ଲକ୍‌-ଡାଉନ୍ ଘୋଷଣା କରାଯାଇଛି ସେହି ସହର ଗୁଡ଼ିକ ହେଲା ଯଥାକ୍ରମେ – ପୁରୀ, ଭଦ୍ରକ, ରାଉରକେଲା, ଯାଜପୁର ରୋଡ଼, ଯାଜପୁର ଟାଉନ, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବାଲେଶ୍ୱର ସହର ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ମାର୍ଚ୍ଚ ୨୨ ରବିବାର ଠାରୁ ମାର୍ଚ୍ଚ ୨୯ ତାରିଖ ଯାଏ ଏହି ୫ଟି ଜିଲ୍ଲା ଏବଂ ସହର ଗୁଡ଼ିକରେ କେବଳ ଜରୁରୀ ସେବାକୁ ଛାଡ଼ିଦେଲେ ପ୍ରାୟ ସମ୍ପୂର୍ଣ୍ଣ କିଛି ବନ୍ଦ ରହିବ ।

Comments are closed.