Latest Odisha News

BREAKING NEWS

ଜନତା କର୍ଫ୍ୟୁ ପ୍ରଭାବ: ଶ୍ରୀ ହିନ ଲାଗୁଛି ଶ୍ରୀକ୍ଷେତ୍ର

ପୁରୀ: ସମ୍ଭାବ୍ୟ କରୋନା ଭାଇରସର ବିସ୍ତାରରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତରୁ ନରେନ୍ଦ୍ର ମୋଦୀ ଆଜି ଦେଶ ବ୍ୟାପି ଜନତା କର୍ଫ୍ୟୁ ଆହ୍ୱାନ ଦେଇଛନ୍ତି।

ଏହାର ପ୍ରଭାବ ଆଜି ଦେଶ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏହି ଜନତା କର୍ଫ୍ୟୁ ପ୍ରଭାବରେ ଖାଁ ଖାଁ ଲାଗୁଛି ଶ୍ରୀକ୍ଷେତ୍ର।

ବର୍ଷକ ବାର ମାସ ଜନଗହଳି ଲାଗି ରହିଥିବା ଶ୍ରୀକ୍ଷେତ୍ରରେ ଆଜି କୁଆ କୋଇଲି ବି ଉଡୁନାହାନ୍ତି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଏହି ମାରାତ୍ମକ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ୩୧ ଯାଏଁ ଶ୍ରୀମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଭକ୍ତମାନେ ଏବେ ମନ୍ଦିର ଭିତରକୁ ଯାଇପାରୁ ନ ଥିବାରୁ ସେମାନଙ୍କ ମନରେ ଅବଶୋଷ ରହୁଛି। କେହି କେହି ଭାବଭକ୍ତିରେ ସିଂହଦ୍ୱାର ସମ୍ମୁଖରେ ଲୋଟି ମୁଣ୍ଡିଆ ମାରୁଛନ୍ତି। ଅନ୍ୟପକ୍ଷରେ ଜନତା କର୍ଫ୍ୟୁ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ ପୋଲିସ ନ ୪୦ ପ୍ଲାଟୁନ୍ ପୋଲିସ୍ ଏବଂ ୧୦୦ ରୁ ଅଧିକ ଅଧିକାରୀ କାର୍ଯ୍ୟରତ ଅଛନ୍ତି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ହେବା ସହ ରାସ୍ତାରେ କୌଣସି ଯାନବାହାନ ଚଳାଚଳ ନକରିବା ପାଇଁ ସକାଳୁ ସହରରେ ପାଟ୍ରୋଲିଂ ଜୋରଦାର କରାଯାଇଛି।

Leave A Reply

Your email address will not be published.