Latest Odisha News

BREAKING NEWS

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪ ପହଁଚିଲା

ନୂଆଦିଲ୍ଲୀ: ଶନିବାର ୬୦ ଜଣ ନୂଆ କରୋନା ସଂକ୍ରମିତ ଜଣାପଡିବା ସହିତ ଭାରତରେ କୋଭିଡ୧୯ ପଜିଟିଭଙ୍କ ସଂଖ୍ୟା ତିନିଶହ ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ ଏ ଯାଏଁ କରୋନା ସଂକ୍ରମିତ ସଂଖ୍ୟା ୩୨୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୩୯ ଜଣ ବିଦେଶୀ ନାଗରିକ ଅଛନ୍ତି । ଦିଲ୍ଲୀ, କର୍ଣ୍ଣାଟକ, ପଂଜାବରେ ଜଣେ ଲେଖାଏଁ ଓ ମହାରଷ୍ଟ୍ରରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସହ ଏଯାଏଁ ଦେଶରେ ୫ଜଣଙ୍କ ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୨୭, ଉତ୍ତରପ୍ରଦେଶରେ ୨୫, ରାଜସ୍ଥାନରେ ୨୪, ତେଲେଙ୍ଗାନାରେ ୨୧. କର୍ଣ୍ଣାଟକରେ ୨୦, ହରିଆଣାରେ ୧୭, ଗୁଜରାଟରେ ୧୪, ପଂଜାବ ଓ ଲଦାଖରେ ୧୩ ଜଣ ଲେଖାଏଁ, ତାମିଲନାଡୁରେ ୬, କୋଲକାତା ଓ ଜାମ୍ମୁ କାଶ୍ମୀରରେ ୪, ଆନ୍ଧ୍ରପ୍ରଦେଶ ଓ ଉତ୍ତରାଖଣ୍ଡରେ ତିନି ଜଣ ଏବଂ ଓଡିଶା ୨ଜଣ କୋଭିଡ୧୯ ପଜିଟିଭ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.