Latest Odisha News

କରୋନା ନେଲା ଆଉ ଜଣଙ୍କ ମୁଣ୍ଡ, ଦେଶରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପାଟନା: ଦେଶରେ ଲଗାତାର କାୟା ମେଲାଇବାରେ ଲାଗିଛି ମାରାତ୍ମକ ଭୂତାଣୁ କରୋନା । ଆଜି ଗୋଟିଏ ଦିନରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣରେ ବିହାର ପାଟାନା ଏମ୍ସରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏନେଇ ବିହାର ପାଟନା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ମୃତ ଯୁବକ ଜଣକ ମୁଙ୍ଗେର ବାସିନ୍ଦା ହୋଇଥିବା ବେଳେ ସେ ଡାଇବେଟିସ୍ ଏବଂ କୀଡିନ୍ ରୋଗରେ ପୀଡିତ ଥିଲେ । ଦୁଇ ଦିନ ତଳେ ସେ କତାରରୁ କୋଲକତା ଓ ପରେ ପାଟନା ଆସିଥିଲେ ।
ସେହିପରି ପୂର୍ବରୁ ଆଜି ସକାଳୁ ମହାରାଷ୍ଟ୍ରରେ କରୋନା ଭାରଇସ ଆକ୍ରାନ୍ତରେ ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ ପୂର୍ବରୁ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ମଧ୍ୟ ପୀଡିତ ଥିଲେ ବୋଲି ଜଣାପଡିଛି । ଫଳରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟାରେ ୬ରେ ପହଂଚିଛି ।

Comments are closed.