Latest Odisha News

BREAKING NEWS

ବ୍ରହ୍ମପୁରରେ ଜନତା କର୍ଫ୍ୟୁର ବ୍ୟାପକ ପ୍ରଭାବ, ରାସ୍ତାଘାଟ ଓ ବଜାର ଶୂନଶାନ

ବ୍ରହ୍ମପୁର: କରୋନା ସଂକ୍ରମଣ ରୋକିବା ପାଇଁ ଆଜି ଚାଲିଥିବା ଜନତା କର୍ଫ୍ୟୁକୁ ରେଶମ ସହରରେ ବ୍ୟାପକ ଜନସମର୍ଥନ ମିଳିଥିବା ଦେଖାଯାଇଛି । ସହରର ସମସ୍ତ ପ୍ରମୁଖ ଛକ, ବଜାର ତଥା ରାସ୍ତାଘାଟ ଶୂନଶାନ ରହିଛି । ଲୋକେ ସଚେତନ ହୋଇ ଘରୁ ବାହାରୁ ନ ଥିବା ବେଳେ କିଛି ସ୍ଥାନରେ ବାହାରକୁ ଆସିଥିବା ଲୋକଙ୍କୁ ପୋଲିସ ପକ୍ଷରୁ ଅଟକାଇ ଘରକୁ ଫେରିଯିବାକୁ କୁହାଯାଉଛି । ବ୍ରହ୍ମପୁର ଏସ୍‌ପି ଓ ଏସ୍‌ଡିପିଓଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତଦାରଖ କରିବା ପାଇଁ ବିଭିନ୍ନ ଅଂଚଳ ଗସ୍ତ କରୁଛନ୍ତି ।


ସହରର ପ୍ରମୁଖ ଅଂଚଳ ଗେଟ୍ ବଜାର, କମାପଲ୍ଲୀ ଛକ, ଖଲ୍ଲିକୋଟ କଲେଜ ଛକ, ଅନ୍ନପୂର୍ଣ୍ଣା ମାର୍କେଟ, କୋର୍ଟପେଟା ଛକ, ସିଟି ହସ୍ପିଟାଲ ରୋଡ, ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଅଂଚଳ ଜନଶୂନ୍ୟ ରହିଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟ ଖାଁ ଖାଁ ରହିଛି ।
ଭଂଜନଗର, ହିଂଜିଳିକାଟୁ ସମେତ ଗଂଜାମର ଅନ୍ୟ ପ୍ରମୁଖ ସହରଗୁଡିକରେ ମଧ୍ୟ ଜନତା କର୍ଫ୍ୟୁକୁ ବ୍ୟାପକ ଜନସମର୍ଥନ ମିଳିଥିବା ଦେଖାଯାଇଛି ।

Leave A Reply

Your email address will not be published.