ରାୟପୁର: ଗତ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ୧୪ ଯବାନ ଆହତ ହୋଇଛନ୍ତି । ସେପଟେ ଏବେବି ୧୩ ଯବନା ନିଖୋଜ ଥିବା ଜଣାପଡିଛି । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ଗତ ବିଳମ୍ବିତ ରାତିରେ ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ଅଂଚଳର କୋରଜଗୁଡା ପାହାଡ ନିକଟରେ ଏହି ଏନ୍କାଉଂଟର ହୋଇଛି । ଚିନ୍ତାଗୁମ୍ଫା ନିକଟରେ ମାଓବାଦୀ ଲୁଚି ରହିବା ଖବର ମିଳିଥିଲା । ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ କୋବ୍ରା କମାଣ୍ଡର ମିଳିତ ଭାବେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ।
ଏହାପରେ କରୋନାଗୁଡା ନିକଟରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ରୁ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ୧୩ଜଣ ଯବାନ ନିଖୋଜ ଅଛନ୍ତି । ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
BREAKING NEWS
- ‘ସନାତନ ବିରୋଧୀ ଜାଣି କଂଗ୍ରେସ ଛାଡିଥିଲି, ଆଜି ବିଜେପିରେ ଯୋଗଦେଲି’
- ଭୋଟ୍ ଦେଲେ ଅଖିଳେଶ ଯାଦବ; କହିଲେ, ବୁଥ୍ ଉପରେ କବଜା କରିବାକୁ ଚାହୁଁଛି ବିଜେପି
- ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିବେ କେଜ୍ରିୱାଲ, ମେ’୯ରେ ଆଗାମୀ ଶୁଣାଣି
- ଚେକ୍ ବାଉନ୍ସ ମାମଲାରେ କଂଗ୍ରେସ ନେତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ, ୩ ଲକ୍ଷ ଟଙ୍କା ଜରିମାନା
- ୧୧ରୁ ୧୧ ରାଜ୍ୟର ଆସନ ହାତେଇବ ଭାଜପା; ଅରୁଣ ସାଓ
- ବିଜେପିରେ ସାମିଲ ହେଲେ ସେଖର ସୁମନ; କହିଲେ, ଭଗବାନଙ୍କ ନିର୍ଦ୍ଦେଶରେ ମୁଁ ବିଜେପିରେ ମିଶିଲି
- ମାନସିକ ଚାପରେ ଯୁବପୀଢ଼ି ! ଜାଣନ୍ତୁ ସମାଧାନର ବାଟ
- କୁଲଗାମ ଏନକାଉଣ୍ଟର: ୩ ଆତଙ୍କବାଦୀ ନିହତ
- ବୈଷୟିକ ତ୍ରୁଟି ପାଇଁ ସୁନୀତା ୱିଲିୟମ୍ସଙ୍କ ତୃତୀୟ ଥର ମହାକାଶ ଯାତ୍ରା ସ୍ଥଗିତ
- ଶେରଗଡରେ ଭିକେ ପାଣ୍ଡିଆନ, ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର