ରାୟପୁର: ଗତ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ୧୪ ଯବାନ ଆହତ ହୋଇଛନ୍ତି । ସେପଟେ ଏବେବି ୧୩ ଯବନା ନିଖୋଜ ଥିବା ଜଣାପଡିଛି । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ଗତ ବିଳମ୍ବିତ ରାତିରେ ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ଅଂଚଳର କୋରଜଗୁଡା ପାହାଡ ନିକଟରେ ଏହି ଏନ୍କାଉଂଟର ହୋଇଛି । ଚିନ୍ତାଗୁମ୍ଫା ନିକଟରେ ମାଓବାଦୀ ଲୁଚି ରହିବା ଖବର ମିଳିଥିଲା । ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ କୋବ୍ରା କମାଣ୍ଡର ମିଳିତ ଭାବେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ ।
ଏହାପରେ କରୋନାଗୁଡା ନିକଟରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ରୁ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ୧୩ଜଣ ଯବାନ ନିଖୋଜ ଅଛନ୍ତି । ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.