Latest Odisha News

BREAKING NEWS

କରୋନା ଆଲର୍ଟ: ସଂକ୍ରମିତ, ପରିବାର ଓ ଡାକ୍ତରଙ୍କ ପରିଚୟ ପ୍ରକାଶ କରିବା ମନା

ଭୁବନେଶ୍ୱର: କରୋନାଭାଇରସ୍ ରୋଗୀ, ସେମାନଙ୍କ ପିତାମାତା ଏବଂ ସମ୍ପର୍କୀୟ ତଥା ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରିଚୟ ପ୍ରକାଶ ନକରିବାକୁ ଓଡ଼ିଶା ସରକାର ଗଣମାଧ୍ୟମକୁ (ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଏବଂ ୱେବ୍) ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାର ଅନୁଯାୟୀ, ପ୍ରଭାବିତ ବ୍ୟକ୍ତିଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲଂଘନକାରୀମାନେ ଆଇପିସିର ଧାରା ୧୮୮ ଅନୁଯାୟୀ ଦଣ୍ଡ ମଧ୍ୟ ଭୋଗିବେ । ଯେଉଁଥିରେ ୧ ରୁ ଛଅ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ।

ଏହାପୂର୍ବରୁ କରୋନାଭାଇରସର ରାଜ୍ୟ ମୁଖପାତ୍ର ସୁବ୍ରତ ବାଗଚି ମଧ୍ୟ ଏକ ମିଡିଆ ସାକ୍ଷାତକାର ସମୟରେ ସମାନ କଥା କହିଥିଲେ।

“କୌଣସି ଗଣମାଧ୍ୟମ କୋଭିଡ-୧୯ ଜୀବାଣୁ ସଂକ୍ରମିତ / ପ୍ରଭାବିତ ବ୍ୟକ୍ତିଙ୍କ ନାମ ଏବଂ ଠିକଣା, ତାଙ୍କ ପିତାମାତା, ସମ୍ପର୍କୀୟ, ରୋଗୀର ଚିକିତ୍ସା କରୁଥିବା ଡାକ୍ତର ଏବଂ ସହାୟକ ମେଡିକାଲ କର୍ମଚାରୀଙ୍କ କୌଣସି ପରିଚୟ , କୋୖଣସି ଗଣମାଧ୍ୟମ ଯଥା: ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ୱେବ୍ ଓ ସୋସିଆଲ୍ ମିଡିଆରେ ପ୍ରକାଶ ନକରିବାକୁ ବାଗଚି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ-୧୯ ଦ୍ୱାରା ସଂକ୍ରମିତ କୌଣସି ରୋଗୀ, ତାଙ୍କ ପିତାମାତା / ସମ୍ପର୍କୀୟ / ଚିକିତ୍ସା କରୁଥିବା ଡାକ୍ତର କୌଣସି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପାରିବେ ନାହିଁ।

Leave A Reply

Your email address will not be published.