ରାୟପୁର: ନିଖୋଜ ଥିବା ୧୭ଜଣ ଯବାନଙ୍କ ମୃତଦେହ ଉଦ୍ଧାର । ଗତ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ ସୁକମାରେ ମାଓବାଦୀ ଓ ଯବାନ ମୁହାଁମୁହଁ ହୋଇଥିଲେ । ଏଥିରେ ୧୩ ଜଣ ଯବାନ ଆହତ ହୋଇଥିବା ବେଳେ ୧୭ ଜଣ ଯବାନ ନିଖୋଜ ହୋଇଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।
ଏଥିସହ ମାଓବାଦୀ ମାନେ ୧୨ଟି ଏକେ-୪୭ ବନ୍ଧୁକ, ୧୫ଟି ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା ସୂଚନା ମିଳିଛି । ଅନ୍ୟପଟେ ଆହତ ୧୩ ଜଣ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ଗତ ବିଳମ୍ବିତ ରାତିରେ ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ଅଂଚଳର କୋରଜଗୁଡା ପାହାଡ ନିକଟରେ ଏହି ଏନ୍କାଉଂଟର ହୋଇଛି । ଚିନ୍ତାଗୁମ୍ଫା ନିକଟରେ ମାଓବାଦୀ ଲୁଚି ରହିବା ଖବର ମିଳିଥିଲା । ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ କୋବ୍ରା କମାଣ୍ଡର ମିଳିତ ଭାବେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ରୁ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଯବାନ ନିଖୋଜ ଥିଲେ ।
BREAKING NEWS
- ଟିମ୍ ଇଣ୍ଡିଆକୁ ଆଉ ଫେରିବେ ନାହିଁ ରବୀନ୍ଦ୍ର ଜାଡେଜା ? ୨୦୨୭ ବିଶ୍ୱକପ୍ ଯୋଜନାକୁ ନେଇ ବଡ଼ ଖୁଲାସା
- ବିସିସିଆଇ ସିନିୟର୍ ସିଲେକ୍ସନ୍ କମିଟି: ଅଗରକରଙ୍କ ସ୍ଥାନ ନେଇପାରନ୍ତି ରମେଶ ପାୱାର
- ଶ୍ରୀଲଙ୍କାରେ ବଡ଼ଧରଣର ବିଦ୍ୟୁତ୍ ସଙ୍କଟ : ଦେଶବ୍ୟାପୀ ବ୍ଲାକ୍ଆଉଟ୍
- Infiltration bid foiled:କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ୨ ଆତଙ୍କବାଦୀ ନିହତ
- Woman Slaps CRPF: ଚାପୁଡା ମାରିଲେ, ଦୁର୍ବ୍ୟବହାର କଲେ…ତ୍ରିରଙ୍ଗା ମାର୍ଚ୍ଚରେ ହଙ୍ଗାମା! CRPF ଯବାନଙ୍କୁ ଚାପୁଡ଼ା ମରା ଭିଡିଓ ଜାରି କଲା ଦିଲ୍ଲୀ ପୋଲିସ
- Kavya Maran Wedding: ହାତକୁ ଦୁଇ ହାତ ହେବେ ସନରାଇଜର୍ସ ମାଲିକାଣୀ! ଗ୍ରୀସ୍ରେ ବାଜିବ ଶାହାନାଇ, ଜାଣନ୍ତୁ କାହାକୁ ବାହା ହେବେ SRH ସୁନ୍ଦରୀ…
- ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗରେ ୫ ଗିରଫ
- ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ; ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ
- Governor Braj Mohan Ram in Bhubaneswar:ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ..
- ଫାର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ, ୫ ମୃତ…

Comments are closed.