Latest Odisha News

BREAKING NEWS

ଘଣ୍ଟ ବଜାଇ ଓ ତାଳି ମାରି ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଲେ ପ୍ରମୁଖ ରାଜନେତା, ଅଭିନେତା ଓ ଶିଳ୍ପପତି

ଭୁବନେଶ୍ୱର: ଜନତା କର୍ଫ୍ୟୁକୁ ଆଜି ସବୁ ସ୍ତରର ଲୋକେ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନ ଛାତ ଉପରେ ତାଳି ମାରି ଓ ଥାଳି ବଜାଇ ସମର୍ଥନ କରିଥିଲେ । ଏହି ମହାମାରୀକୁ ପରାସ୍ତ କରିବା ପାଇଁ ଯୋଦ୍ଧା ଭାବେ ସହେଯାଗ କରୁଥିବା ସବୁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ପରିମଳ କର୍ମୀ ପରିବହନ କର୍ମଚାରୀ, ପୋଲିସ, ଗଣମାଧ୍ୟମ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଭିଙ୍କ ପାଇଁ ସେ ତାଳି ମାରି କୃତଜ୍ଞତା ଜଣାଇଥିବା ଟ୍ୱିଟରେ ଲେଖିଛନ୍ତି ।


ନିଜ ପରିବାର ଓ ସହାୟକ କର୍ମଚାରୀଙ୍କ ସହ ମିଶି ଘଣ୍ଟି ବଜାଇ ସମର୍ଥନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଦିଲ୍ଲୀସ୍ଥିତ ବାସଭବନର ବଗିଚାରେ ଏପରି ଦୃଶ୍ୟର ଫଟୋ ସେ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।


ଏଥି ସହ ସଚିବାଳୟ ପ୍ରବେଶ ପଥରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ତାଳି ମାରି ସମର୍ଥନ ଜଣାଇଥିଲେ ।
ଏହିଭଳି ଅନେକ ପ୍ରମୁଖ ରାଜନେତା, ସେଲିବ୍ରିଟି, କ୍ରୀଡା ବ୍ୟକ୍ତିତ୍ୱ, ଶିଳ୍ପପତି ମଧ୍ୟ ଏଥିରେ ସାମିଲ ହୋଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave A Reply

Your email address will not be published.