Latest Odisha News

BREAKING NEWS

କରୋନା ସଚେତନତା ସଙ୍ଗୀତ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ତଥା ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ଏବଂ ଲୋକଗୀତ ଗାୟକ ପ୍ରୀତମ ଭରତୱାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଜରିଆରେ ପ୍ରଶଂସା କରିଛନ୍ତି । ଉଭୟେ ନିଜ ଢଙ୍ଗରେ ଲୋକମାନଙ୍କୁ ଅନୁପ୍ରାଣିତ କରିଥିବା ସେ ଉଲ୍ଲେଖ କରିଛନ୍ତି ।

 ଆଶା ଓ ସକାରାତ୍ମକତାର ବାର୍ତା ପ୍ରଚାର କରିବା ପାଇଁ ଗଣମାଧ୍ୟମ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଜନସାଧାରଣଙ୍କର ଏଥିପ୍ରତି ଜୋରଦାର ସମର୍ଥନ ରହିଥିବା ପ୍ରକାଶ କରି ଏହା କୋଭିଡ-୧୯ ବିରୋଧୀ ଲଢ଼େଇକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ସେ କହିଛନ୍ତି ।

ଏହି ସମୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିବାଚ ଅନୁରୋଧ କରିବା ସହିତ ସତର୍କ ଓ ସୁରକ୍ଷିତ ରହିବା ଦ୍ୱାରା ଅନ୍ୟ ଲକ୍ଷାଧିକ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖାଯାଇପାରିବ ବୋଲି ସେ ମତ ଦେଇଛନ୍ତିି ।

Leave A Reply

Your email address will not be published.