Latest Odisha News

BREAKING NEWS

ଜିଓ ଆଣିଲା ‘ୱାର୍କ ଫ୍ରମ ହୋମ’ ପ୍ଲାନ, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ ଭୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଘରେ ରହି କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏବେ ଜିଓ ଆଣିଛି ‘ୱାର୍କ ଫ୍ରମ ହୋମ’ ପ୍ରିପେଡ୍ ପ୍ଲାନ ବ୍ୟବସ୍ଥା ।

ପ୍ଲାନ ଅନୁଯାୟୀ, ଜିଓ ଆଣିଛି ଏକ ଡାଟା ବୁଷ୍ଟର୍ ପ୍ୟାକ୍ । ଯାହା ପ୍ରତିଦିନ ୨ଜିବି ଡାଟା ପ୍ରଦାନ କରିବ ୫୧ ଦିନ ଯାଏଁ। ୨ଜିବି ଶେଷ ହେବା ପରେ ଏହାର ସ୍ପିଡ ୬୪କେବିପିଏସକୁ କମିଯାଏ। ଏହି ପ୍ୟାକରେ ଗ୍ରାହକଙ୍କୁ କୌଣସି ଟକଟାଇମ୍ କିମ୍ବା ଏସଏମଏସ ସୁବିଧା ମିଳିବ ନାହିଁ।

ଏହାବ୍ୟତିତ ୟୁଜର୍ସ ମାନେ ଏହାକୁ ମାଇଁ ଜିଓ ଆପ କିମ୍ବା ୱେବସାଇଟର ୪ଜି ଡାଟା ଭାଉଚର୍ ବିଭାଗରୁ ପାଇପାରିବେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ବିଏସଏନଏଲ ଏବଂ ଏସିଟି ଫାଇବରନେଟ୍ ମଧ୍ୟ ‘ୱାର୍କ ଫ୍ରମ ହୋମ’ ପ୍ଲାନ ଆରମ୍ଭ କରିଥିଲେ।

Comments are closed.