Latest Odisha News

BREAKING NEWS

କର୍ଫ୍ୟୁ ନିୟମ ଭାଙ୍ଗିଲେ, ରାସ୍ତାରେ ବସ୍ଉଠ କରାଇଲା ପୋଲିସ

ନାଗପୁର: କରୋନା ମୁକାବିଲା ନେଇ ମହାରାଷ୍ଟ୍ରରେ କର୍ଫ୍ୟୁ ଜାରି ହୋଇଛି । ନିହାତି ଜରୁରୀ ନଥିଲେ ଲୋକଙ୍କୁ ଘରୁ ନବାହାରିବା ପାଇଁ ବାରଣ କରାଯାଇଛି। କିନ୍ତୁ ନିୟମକୁ ମାନୁ ନାହାନ୍ତି ସାଧାରଣ ଲୋକ । ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେଇଛି ପୋଲିସ। ନାଗପୁରରୁ ସାମନାକୁ ଆସିଛି ଏମିତି ଏକ ଚିତ୍ର । କର୍ଫ୍ୟୁ ନିୟକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ କିଛି ଲୋକଙ୍କୁ ପୋଲିସ ବିଚ୍ ରାସ୍ତାରେ ବସ୍ ଉଠ୍ କରାଇଛି । ସେମାନଙ୍କ ଭିତରେ କିଛି ପୁରୁଷ ଓ ମହିଳା ବି ଥିଲେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନେଇଛନ୍ତି ।କିନ୍ତୁ କିଛି ଲୋକ ବେଫିକର। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିହାତି ଦରକାର।

Leave A Reply

Your email address will not be published.