Latest Odisha News

BREAKING NEWS

ଭାରତରେ ଆତଙ୍କବାଦ ମହାମାରୀ !

ଜାମ୍ମୁ ଓ କଶ୍ମୀର: ନୂଆ ଆତଙ୍କବାଦୀ ସଙ୍ଗଠନର ପର୍ଦ୍ଦାଫାସ କଲା ଜାମ୍ମୁ ଓ କଶ୍ମୀର ପୋଲିସ । ଗିରଫ ହେଲେ ଦ ରେଜିଷ୍ଟାନ୍ସ ଫଣ୍ଟ ର ୪ ଆତଙ୍କବାଦୀ । ଲସ୍କର-ଏ-ତୋଏବା ସହ ଜଡିତ ନୂଆ ଆତଙ୍କବାଦୀ ସଙ୍ଗଠନ ।

ଦୁଇଦୁଇଟି ଯୁଦ୍ଧ ଲଢୁଛି ଭାରତୀୟ ପୋଲିସ । ଗୋଟେପଟେ କରୋନାଭାଇରସ୍ ସେପଟେ ଜାମ୍ମୁ ଓ କଶ୍ମୀରରେ ଲଢୁଛି ଆତଙ୍କବାଦୀ ସଙ୍ଗଠନ ସହ ।କରୋନା ମହାମାରୀ ଆଳରେ ଭାରତରେ ପ୍ରବେଶ କରିଥିଲେ ନୂଆ ଆତଙ୍କବାଦୀ ସଙ୍ଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ର ଏକାଧିକ ଆତଙ୍କବାଦୀ ।

ଜି ନ୍ୟୁଜ ରିପୋର୍ଟ ଆଧାରରେ ଲସ୍କର-ଏ-ତୋଏବା ସହ ଜଡିତ ଏହି ଆତଙ୍କବାଦୀ ସଙ୍ଗଠନର ୪ ଆତଙ୍କବାଦୀ ସୋମବାର(ମାର୍ଚ୍ଚ୨୩)ରେ ସପୋର ଜିଲ୍ଲା ହସ୍ପିଟାଲ ନିକଟରେ ଜମ୍ମୁ ଓ କଶ୍ମୀର ପୋଲିସ ହାତରେ ଗିରଫ ହୋଇଛନ୍ତି ।

ଗିରଫ ସନ୍ଧିଗ୍ଧ ଆତଙ୍କବାଦୀ ହେଲେ ଅହିତାସମ୍ ଫାରୁକ୍ ମଲିକ, ସଫାକତ୍ ଅଲି ଟାଗୋ, ମୁସୈବ ହସନ୍ ଭଟ୍ଟ ଓ ନିସାର୍ ଅହମଦ ଗନାଇ । ରାଜନେତା ଓ ପୋଲିସ ଅଧିକାରୀଙ୍କୁ ନିହତ କରିବାକୁ ଏମାନଙ୍କୁ ଟାର୍ଗେଟ ଦିଆଯାଇଥିଲା । ଏମାନଙ୍କଠାରୁ ପୋଲିସ ବିପୁଳ ପରିମାଣର ଗୋଳାବାରୁଦ ଓ ବନ୍ଧୁକ ଜବତ କରିଛି ।

ଗିରଫ ସମସ୍ତ ସନ୍ଧିଗ୍ଧଙ୍କୁ ପାକିସ୍ତାନରୁ ଆଣ୍ଡ୍ରିଉ ଜୋନ୍ସ ନାମକ ଜଣେ ବ୍ୟକ୍ତ ଅପରେଟ୍ କରୁଥିବା ଜଣାପଡିଛି । ଏହି ନୁଆ ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀ ନିଜକୁ ଜେକେ ଫାଇଟର୍ ଭାବେ ବିବେଚନା କରିଛନ୍ତି ।

Leave A Reply

Your email address will not be published.