Latest Odisha News

BREAKING NEWS

କୋଭିଡ୍‌-୧୯ ଲଢ଼େଇରେ ସହାୟତା ପାଇଁ ବାର୍ଷିକ ଲାଭର ୦.୨୫% ଦେବ ଏସ୍‌ବିଆଇ

ଭୁବନେଶ୍ୱର: ଭାରତରେ କୋଭିଡ୍‌-୧୯ ବ୍ୟାପିବା କାରଣରୁ ସୃଷ୍ଟି ହୋଇଥିବା ସ୍ଥିତି ବିରୋଧରେ ଲଢ଼େଇ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ଲାଭର ୦.୨୫% ପ୍ରତି ପ୍ରଦାନ କରିବାର ପ୍ରତିବଦ୍ଧତା ବିଷୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଘୋଷଣା କରିଛି । କୋଭିଡ୍‌-୧୯ ବିରୋଧ ଲଢ଼େଇ ପାଇଁ ସିଏସ୍‌ଆର୍ ପାଣ୍ଠିର ଅର୍ଥକୁ ବିନିଯୋଗ କରାଯିବ । କୋଭିଡ୍‌-୧୯ ମୁକାବିଲା ପାଇଁ ସିଏସ୍‌ଆର୍ ପାଣ୍ଠିରୁ ହେଉଥିବା ଖର୍ଚ୍ଚକୁ ସିଏସ୍‌ଆର୍ ଖର୍ଚ୍ଚ ଭାବେ ବିବେଚନା କରାଯିବ ବୋଲି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି ।

ବ୍ୟାଙ୍କ ପକ୍ଷରୁ ଏହି ପାଣ୍ଠିକୁ କୋଭିଡ୍‌-୧୯ ମୁକାବିଲା ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକଳାପ ଲାଗି ବ୍ୟବହାର କରାଯିବ, ବିଶେଷ କରି ଶିଳ୍ପ ଓ ସ୍ୱାସ୍ଥ୍ୟ ସେବା ବୃତିଧାରୀଙ୍କ ସହଯୋଗରେ ଉପେକ୍ଷୀତ ବର୍ଗର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ସହାୟତା ପ୍ରଦାନ କରାଯିବ । କେତେକ ଅଭିଯାନ ସ୍ୱାସ୍ଥ୍ୟ ସେବାର ପ୍ରଚାରରେ କେନ୍ଦ୍ରୀତ ରହିବ ଯଥା ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ ସେବା ଓ ପରିମଳ ଏବଂ ବିପର୍ଯ୍ୟୟ ପରିଚାଳନା ।

ଏସ୍‌ବିଆଇର ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ, “ଏହା ହେଉଛି ସାରା ଦେଶ ଏକଜୁଟ ହେବାର ସମୟ । ଏହି କଠିନ ପରିସ୍ଥିତିରେ ଯଥା ସମ୍ଭବ ଶ୍ରେଷ୍ଠ ଉପାୟରେ ଭାରତର ଲୋକମାନଙ୍କୁ ଏବଂ ସମାଜକୁ ସହାୟତା ପ୍ରଦାନ କରିବା ଲାଗି ଆମେ ଏସବିଆଇରେ ସହାୟତା ଜାରି ରଖିବୁ । ସମସ୍ତ କର୍ପୋରେଟ୍ ନାଗରିକମାନଙ୍କୁ ଆଗେଇ ଆସିବା ଲାଗି ଆମେ ଆହ୍ୱାନ ଦେଉଛୁ ଏବଂ କେବଳ ସମସ୍ତ କର୍ମଚାରୀମାନଙ୍କ ପାଇଁ ନୁହେଁ ସେମାନଙ୍କ ପରିବାର ଏବଂ ଆଖପାଖରେ ରହୁଥିବା ଲୋକମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ପ୍ରତିଷେଧମୂଳକ ପଦକ୍ଷେପ କରାଯିବ ଏବଂ ଏହି ଅଭାବନୀୟ ପରିସ୍ଥିତିରେ ଯେଉଁ ଦେଶବାସୀମାନେ ଆର୍ଥିକ ସହଯୋଗ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ସହୃଦୟତାର ସହ ସେହି ସହଯୋଗ ଯୋଗାଇ ଦିଆଯିବ ।’’

Comments are closed.