Latest Odisha News

BREAKING NEWS

ସାରା ଭାରତ ଲକଡାଉନ: ଜାରି ରହିବ ଏହି ସମସ୍ତ ସେବା

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନାଭାଇରସ୍ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି।

ଏହାର ଅର୍ଥ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ୧୩୦ କୋଟିରୁ ଅଧିକ ଜନସଂଖ୍ୟାର ଲୋକ ସେମାନଙ୍କ ଘରେ ବନ୍ଦ ହୋଇ ରହିବେ । ଏହି ହଠାତ୍ ଘୋଷଣା ହେତୁ ଲୋକମାନେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ ଚିନ୍ତିତ ହୋଇଯାଇଛନ୍ତି ।

ଏହି ଘୋଷଣା ପରେ ଦେଶର ଅନେକ ସ୍ଥାନରେ ଦୈନନ୍ଦିନ ଜିନିଷ ସଂଗ୍ରହ କରିବା ପାଇଁ ଦୋକାନରେ ଲୋକଙ୍କ ଲମ୍ବା ଧାଡି ଲାଗି ରହିଛି।

ଏହି ୨୧ ଦିନିଆ ଲକଡାଉନକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, କାରଣ ସରକାରଙ୍କ ପରାମର୍ଶ କ୍ରମେ ଏହା ସ୍ପଷ୍ଟ ହୋଇଛି ଯେ, ରାସନ, ପନିପରିବା, ଦୁଗ୍ଧ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ମେଡିକାଲ ଷ୍ଟୋର ଭଳି ଅତ୍ୟାବଶ୍ୟକୀୟ ସେବା ଜାରି ରହିବ, ଅର୍ଥାତ ଲୋକଙ୍କ ପାଖରେ ଏହି ଜିନିଷଗୁଡ଼ିକର ଅଭାବ ରହିବ ନାହିଁ।

ସରକାର ମଧ୍ୟ ଆବଶ୍ୟକୀୟ ସାମଗ୍ରୀ ଯଥା ଘରେ ଘରେ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଯାହାଫଳରେ କମ୍ ଲୋକ ଘରୁ ବାହାରକୁ ଯିବେ।

ଏହି ସମୟରେ ଔଷଧ, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ (ଫଳ, କ୍ଷୀର, ରୁଟି, ବିସ୍କୁଟ, ବେକେରୀ, ଖାଦ୍ୟ ସାମଗ୍ରୀ, ପନିପରିବା, ମାଛ, ମାଂସ) ଆଦି ଖୋଲା ରହିବ ।

ଆହୁରି ମଧ୍ୟ ଲକଡାଉନ ସମୟରେ ଦୁଗ୍ଧ ବୁଥ୍ ଗୁଡିକ ଖୋଲା ରହିବାକୁ ଥିବାବେଳେ ସେମାନଙ୍କୁ ପାନ, ଗୁଟଖା ଏବଂ ଚା ବିକ୍ରି କରିବାକୁ ବାରଣ କରାଯାଇଛି।

ଏହାବ୍ୟତିତ ଡାକ୍ତରଖାନା, କ୍ଲିନିକ୍ ଏବଂ ପାଥୋ ଲ୍ୟାବ ମଧ୍ୟ ଖୋଲା ରହିବାକୁ ଥିବାବେଳେ ପୋଲିସ୍, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଜଳ ଯୋଗାଣ, ମ୍ୟୁନିସିପାଲିଟି ସେବା ଏବଂ ଏଜେନ୍ସିଗୁଡ଼ିକ କୋଭିଡ-୧୯ ଡ୍ୟୁଟିରେ ନିୟୋଜିତ ରହିବେ। ଏହି ସମୟ ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକ ମଧ୍ୟ ଖୋଲା ରହିବ।

ଗାଇଡ୍ ଲାଇନ୍ ଅନୁଯାୟୀ ଭାରତ ସରକାର, ଏହାର ସ୍ଵଂୟଶାସିତ/ ସହାୟକ  ଅଫିସ ଏବଂ ପବ୍ଲିକ କର୍ପୋରେସ ବନ୍ଦ ରହିବ। କିନ୍ତୁ ଏହାର କର୍ମଚାରୀ ଘରୁ କାମ କରିବେ।

କେଉଁ  କାର୍ଯ୍ୟାଳୟ ଖୋଲା ରହିବ

ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ପୋଲିସ ବଳ, ଟ୍ରେଜେରୀ, ପେଟ୍ରୋଲିୟମ, ସିଏନଜି, ଏଲପିଜି, ପିଏନଜି, ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ଶକ୍ତି ଯୋଗାଣ, ପୋଷ୍ଟ ଅଫିସ, ଜାତୀୟ ସୂଚନାଦାତା କେନ୍ଦ୍ର, ଓ୍ଵାର୍ଣ୍ଣିଂ ଏଜେନ୍ସି।

ପୋଲିସ, ହୋମ୍ ଗାର୍ଡ, ସିଭିଲ୍ ଡିଫେନ୍ସ, ଅଗ୍ନିଶମ ସେବା, ବିପର୍ଯ୍ୟୟ ପରିଚାଳନା ଏବଂ ଜେଲ୍, ବିଦ୍ୟୁତ୍ ବିଭାଗ, ଜଳ, ସଫେଇ ଖୋଲା ରହିବ। ମ୍ୟୁନ୍ସିପାଲରେ ଆବଶ୍ୟକ ମୁତାବକ ସେବା ଯେପରି ସାଫ ସଫେଇ, ଜଳ ଯୋଗାଣ ଆଦି ସେବା  ଜାରି ରହିବ।

ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଓ ଏଟିଏମ ଖୋଲା ରହିବାକୁ ଥିବା ବେଳେ ଟେଲିକମ୍ୟୁନିକେଶ, ଇଣ୍ଟରନେଟ ସେବା, ବ୍ରଡକାଷ୍ଟିଙ୍ଗ, କେବୁଲ ଓ ଆଇଟି ସେବା ଜାରି ରହିବ । କିନ୍ତୁ ଯଦି ସମ୍ଭବ ଏହା ଘରୁ ହେବ ।

ସିକ୍ୟୁରିଟି ବୋର୍ଡ ଅଫ ଇଣ୍ଡିଆର ଆଦେଶ ଅନୁସାରେ କ୍ୟାପିଟାଲ ଓ ଡେଟ ମାର୍କେଟ ସେବା ଜାରି ରହିବ । ଅନ୍ୟପକ୍ଷରେ ସମସ୍ତ କାରଖାନା, ୱାର୍କଶପ, କାର୍ଯ୍ୟାଳୟ, ଗୋଦାମରେ ଲାଗୁଥିବା ମାର୍କେଟ ବନ୍ଦ ରହିବ ।

୩ ମେଡିକାଲ ଏବଂ ଏଥି ସମ୍ବନ୍ଧିତ ଡାକ୍ତରୀ ଉପକରଣର ଯୋଗାଣ, ଔଷଧ ଦୋକାନ, କ୍ଲିନିକ, ନର୍ସିଂ ହୋମ, ଆମ୍ବୁଲାନ୍ସ ଆଦି ଖୋଲା ରହିବ। ମେଡିକାଲ କର୍ମଚାରୀ ଯେପରି ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ, ଅନ୍ୟ ସହାୟକ କର୍ମଚାରୀଙ୍କ ଯାତାୟତକୁ ଅନୁମତି ଦିଆଯିବ।

ଏହି ଜରୁରୀ ସେବାଗୁଡିକ ମଧ୍ୟ ଜାରି ରହିବ

୧.ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ଏବଂ ଏଟିଏମ୍

୨. ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ ମିଡିଆ

୩.ଟେଲିକମ୍, ଇଣ୍ଟରନେଟ୍ ସେବା, ପ୍ରସାରଣ, କେବୁଲ୍ ସେବା

୪. ଇ-ବାଣିଜ୍ୟ ମାଧ୍ୟମରେ ଖାଦ୍ୟ,ଔଷଧ, ଚିକିତ୍ସା ଉପକରଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ

୫.ପେଟ୍ରୋଲ ପମ୍ପ, ଏଲପିଜି ରୁଟେଲ ଏବଂ ଷ୍ଟୋରେଜ୍ ଆଉଟଲେଟ୍

୬.ଶକ୍ତି ଉତ୍ପାଦନ, ପ୍ରସାରଣ ଏବଂ ବିତରଣ ୟୁନିଟ୍ ଏବଂ ସେବାଗୁଡିକ

୭. ଶୀତଳ ଭଣ୍ଡାର ଏବଂ ଗୋଦାମ ଘର ସେବା

Leave A Reply

Your email address will not be published.