ତେଲେଙ୍ଗାନା: ଘରୁ ବାହାରିଲେ ଗୁଳି । କଟକଣା ନମାନିଲେ ସୁଟ୍ ଆଟ୍ ସାଇଟ୍ । ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର । ଲକ ଡାଉନ ନିୟମ ଉଲ୍ଲଂଘନ କଲେ ଆଉ ତ୍ରାହି ନାହିଁ । ଯେଉଁ ବ୍ୟକ୍ତି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ।
କରୋନା ସଂକ୍ରମଣ ସଂଖ୍ୟା ଦେଶରେ ଦିନକୁ ଦିନ ବଢ଼ିବାକୁ ଲାଗିଛି । ସୁରକ୍ଷା ପାଇଁ ଗତକାଲି ମଧ୍ୟରାତ୍ରିରୁ ପୁରା ଭାରତକୁ ତାଲା ବନ୍ଦ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ବନ୍ଦ ସତ୍ତ୍ୱେ ଏବେବି ଲୋକେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି । ବାଇକ ଓ କାର୍ ଧରି ରୋଡ୍ ଉପରେ ଏଣେ ତେଣ ବୁଲିଛନ୍ତି ।
ଏଭଳି ନିୟମ ଖିଲାପକାରୀଙ୍କୁ ସାବାଡ କରିବା ପାଇଁ କଡ଼ା ନିଷ୍ପତି ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଲକ୍ ସମୟରେ ଯେଉଁମାନେ ନିୟମକୁ ଉଲଂଘନ କରୁଛନ୍ତି ତାଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବା କଥା ମଧ୍ୟ କହିଛନ୍ତି କେସିଆର । କରୋନା ରୋକିବା ପାଇଁ ଲୋକଙ୍କୁ ଘରେ ରହିବାକୁ ସେ ନିବେଦନ କରିଛନ୍ତି ।
BREAKING NEWS
- Beating Retreat: ବିଟିଂ ରିଟ୍ରିଟ୍ ପାଇଁ ଦିଲ୍ଲୀ ପ୍ରସ୍ତୁତ, ଟ୍ରାଫିକ୍ ପରାମର୍ଶ ଜାରି
- Bomb Attack: ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼, ଦୁର୍ବୃତ୍ତ ଫେରାର
- Winter Storm: ଭୟଙ୍କର ତୁଷାରପାତ ନେଲା ୩୦ ଜୀବନ
- Mahanadi Water Dispute: ଛତିଶଗଡ ଯିବେ ଓଡ଼ିଶା ପ୍ରତିନିଧି ଦଳ, ମହାନଦୀର ଉପରମୁଣ୍ଡରେ କରିବେ କ୍ଷେତ୍ର ପରିଦର୍ଶନ
- India Canada Relations: ମାର୍ଚ୍ଚରେ ଭାରତ ଗସ୍ତରେ ଆସିପାାରନ୍ତି କାନାଡା ପ୍ରଧାନମନ୍ତ୍ରୀ
- ବାର୍ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ପ୍ରାଣ, ୨ ଗୁରୁତର
- ବାଜି ଚୌକରେ ପରିବା ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ
- ଆଦିବାସୀ ମେଳା ଉଦଘାଟିତ; ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ
- HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ
- ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ପ୍ରଥମ ଅନୁରାଗ ଉତ୍ସବ ପାଳିତ
Comments are closed.