Latest Odisha News

BREAKING NEWS

କୋଭିଡ୍‌-୧୯: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶିଖରଙ୍କ ସହାୟତା

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଦାନ କଲେ ଟିମ୍ ଇଣ୍ଡିଆ କ୍ରିକେଟର୍ ଶିଖର ଧାୱନ । ସୋସିଆଲ୍ ମିଡିଆରେ ଶିଖର ଘୋଷଣା କରିବା ସହ କରୋନା ମହାମାରୀର ମୁକାବିଲା କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି ।

ପୂର୍ବରୁ ବଙ୍ଗଳାଦେଶୀ ଓ ପାକିସ୍ତାନୀ କ୍ରିକେଟର ନିଜନିଜ ଦେଶକୁ କରୋନା ମୁକିବିଲା ପାଇଁ ଅର୍ଥରାଶି ଦାନ କରିଥିଲେ । ସେବେଠାରୁ ଭାରତୀୟ କ୍ରିକେଟ୍ ସମର୍ଥକ ଟିମ୍ ଇଣ୍ଡିଆ କ୍ରିକେଟର୍‌ଙ୍କୁ ସମାଲୋଚନା କରିଆସୁଥିଲେ ।

ହେଲେ କରୋନା ବିରୋଧରେ ଶିଖରଙ୍କ ଅର୍ଥରାଶି ସହାୟତା ପରେ ସୋସିଆଲ୍ ମିଡିଆରେ ଅନ୍ୟ କୌଣସି ସମାଲୋଚନା ଦେଖିବାକୁ ମିଳିନି ।

ପୂର୍ବରୁ କ୍ରିକେଟ୍ ଏସୋସିଏସନ୍ ଅଫ୍ ବେଙ୍ଗଲ (CAB) ନିଜ ରାଜ୍ୟର ଆପାତକାଳୀନ ରିଲିଫ ପାଣ୍ଠିରେ ୨୫ଲକ୍ଷ ଓ ସଭାପତି ଅଭିଷେକ ଡାଲମିୟା ବି ୫ ଲକ୍ଷ ଟଙ୍କାର ଯୋଗଦାନ କରିଛନ୍ତି ।

Leave A Reply

Your email address will not be published.