Latest Odisha News

BREAKING NEWS

ଲକ୍‌-ଡାଉନ୍ କୋହଳ: ଚଳାଚଳ କରିବ ପଣ୍ୟବାହୀ ଟ୍ରକ୍‌, ଖୋଲା ରହିବ ଢାବା

ଭୁବନେଶ୍ୱର: ଲକ୍‌-ଡାଉନରେ ଜାତୀୟ ତଥା ରାଜ୍ୟ ରାଜପଥ ପାଖ ଢାବା, ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନ ଖୋଲା ରହିବ ।

ସେହିପରି ପଣ୍ୟବାହୀ ଯାନ ଅବାଧରେ ଚଳାଚଳ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏକ ଚିଠି ଜରିଆରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ମହାନ୍ତି ।

ଲକ୍‌-ଡାଉନ୍ ସମୟରେ ଜାତୀୟ ଓ ରାଜ୍ୟ ରାଜପଥ ପାଖ ଢାବା, ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନ ଗୁଡିକ ପ୍ରତି ୨୦ କିମି ବ୍ୟବଧାନରେ ଗୋଟିଏ ଲେଖାଏଁ ଖୋଲିବାକୁ ଅନୁମତି ମିଳିଛି ।

ସାଧାରଣ ଯୋଗାଣ ବିଭାଗ ଓ ଆଂଚଳିକ ପରିବହନ ବିଭାଗ ଜରିଆରେ ଅନୁମତି ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଏସପିଙ୍କୁ ପରିବହନ କ୍ଷେତ୍ରର ତଦାରଖ କରିବା ପାଇଁ ଦାୟୀତ୍ୱ ମିଳିଛି ।

ମାଲବାହୀ ଯାନ ପାଇଁ କୌଣସି ପାସ୍ ଜରୁରୀ ନଥିବାବେଳେ ଢାବାମାନଙ୍କରେ ଯେପରି ଲୋକଙ୍କର ଭିଡ ନ ଜମେ, ତା ଉପରେ ନଜର ରଖିବାକୁ ହାଇୱ ପେଟ୍ରୋଲିଂ ୟୁନିଟ୍‌କୁ ଦାୟୀତ୍ୱ ଦିଆଯାଇଛି ।

Leave A Reply

Your email address will not be published.