Latest Odisha News

BREAKING NEWS

କରୋନା: ସଂକ୍ରମଣରେ ଚୀନକୁ ଟପିଲା ଆମେରିକା, ମୃତ୍ୟୁ ସଂଖ୍ୟା ୧୧୯୫

ୱାଶିଂଟନ: ସମ୍ପୂର୍ଣ୍ଣ ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପଲଟିଛି ଚୀନରୁ ଜନ୍ମ ନେଇଥିବା ମାରାତ୍ମକ କରୋନା ଭୂତାଣୁ ।

ତେବେ କରୋନାକୁ ନେଇ ଆମେରିକାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚୀନ, ଇଟାଲୀ ସମେତ ସମସ୍ତେ ଦେଶକୁ ପଛରେ ଛାଡି ଆମେରିକାରେ ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଚାଇନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୭୮୨ ରହିଥିବା ବେକେ ଏହାକୁ ଟପି ୮୨,୧୦୦ ଛୁଇଁଛି ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା।

ଧୀରେଧିରେ ଆମେରିକାରେ ସ୍ଥିତି ଗମ୍ଭିର ହେବାରର ଲାଗିଛି । ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ଆମେରିକାରେ ୨୪୬ ଜଣ ପ୍ରାଣ ହରାଇଥିବା ବେଳେ ସର୍ବମୋଟ ମୃତକଙ୍କ ସଂଖ୍ୟା ୧୧୯୫ ରେ ପହଞ୍ଚିଛି । ଆମେରିକାର ନ୍ୟୁୟର୍କ ସହରରେ ସର୍ବାଧିକ ଆକ୍ରାନ୍ତ ୩୨୪୯୨ ରହିଥିବା ବେଳେ ଏଠାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୩୬୬ ରେ ପହଞ୍ଚିଛି ।

Leave A Reply

Your email address will not be published.