Latest Odisha News

BREAKING NEWS

ଲକଡାଉନ: ପ୍ରତିଦିନ ୪ ଲକ୍ଷ ଗରୀବ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଅର୍ଥାତ୍ ମାର୍ଚ୍ଚ ୨୮ରୁ ପ୍ରତିଦିନ ୪ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ହୋଇଥିବା ଲକଡାଉନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣାପଡିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, “ଦିଲ୍ଲୀ ସରକାର ଗୁରୁବାର ଦିନ ପର୍ଯ୍ୟନ୍ତ ୨୦ହଜାର ଗରୀବ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରିଛି ଏବଂ ଆଜି ଆମେ ପାଖାପାଖି ୨ ଲକ୍ଷ ଗରୀବ ଲୋକଙ୍କୁ ଖାଦ୍ୟ ଯୋଗାଇବୁ ।”

Leave A Reply

Your email address will not be published.