Latest Odisha News

BREAKING NEWS

କରୋନାଭାଇରସର ପ୍ରାରମ୍ଭିକ ଲକ୍ଷଣ; ଏହାକୁ ସାମାନ୍ୟ ଭାବି ଭୁଲ କରନ୍ତୁନି

ନୂଆଦିଲ୍ଲୀ: କରୋନାଭାଇରସ ବିଶ୍ୱବ୍ୟାପୀ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଦିନକୁ ଦିନ ମୃତୁ୍ୟ ସଂଖ୍ୟା ବଢ଼ି ଚାଲିଛି । ଭାରତରେ ଏବେ ସୁଦ୍ଧା କରୋନା ଜନିତ ୧୭ଜଣଙ୍କ ମୃତୁ୍ୟ ହୋଇସାରିଛି ।

କରୋନାଭାଇରସ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଥାଏ । ଆରମ୍ଭରେ ସେହି ବ୍ୟକ୍ତିଙ୍କୁ ଜ୍ୱର ଆସିଥାଏ ଏବଂ ସେ ବହୁତ ଥକାପଣ ଅନୁଭବ କରିଥାଏ । ଏହା ସହିତ ପୀଡିତଙ୍କୁ ଶୁଖିଲା କାଶ ହୁଏ । ଏହା ବ୍ୟତୀତ ବହୁତ ରୋଗୀଙ୍କୁ ଡାଇରିଆ ଭଳି ସମସ୍ୟା ମଧ୍ୟ ହୁଏ ।

ଏଭଳି ପରିସ୍ଥିତିରେ ଏହା ବହୁତ ଜରୁରୀ ଯେ, ଆପଣ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ପରାମର୍ଶର ପାଳନ କରନ୍ତୁ । ମୁଖ୍ୟତଃ ସାମାଜିକ ଦୂରତା ପାଳନ କରନ୍ତୁ ଏବଂ ସ୍ୱଚ୍ଛ ରୁହନ୍ତୁ ।

Leave A Reply

Your email address will not be published.