ଜଗତସିଂହପୁର : କରୋନା କଟକଣା ଯୋଗୁଁ ସମଗ୍ର ଜିଲ୍ଲାରେ ଦୁଗ୍ଧ ବ୍ୟବସାୟ ମାନ୍ଦା ଅବସ୍ଥାରେ ପହଂଚିଛି । କରୋନା ଭୟରେ ଲୋକେ ଦୁଗ୍ଧ ବିକ୍ର କରି ନ ପାରିବାରୁ ପ୍ରତିଦିନ ହଜାର ହଜାର ଲିଟର ଦୁଗ୍ଧ ନଷ୍ଟ ହେବାରେ ଲାଗିଛି । ଏପରିକି ଏଭଳି ପରିସ୍ଥିତିରେ ଓମଫେଡ୍ ତାର ଅନୁବନ୍ଦିତ ଚାଷୀ ମାନଙ୍କ ଠାରୁ ଦୁଗ୍ଧ କିଣିବା ବନ୍ଦ କରିଦେବାରୁ ଏହା ଚାଷୀଙ୍କ ଦୁଃଖକୁ ଦିଗୁଣିତ କରିଦେଇଛି ।
ଯାହାଫଳରେ କି ଗୋ ଚାଷୀଙ୍କୁ ଆର୍ଥିକ ଶଙ୍କଟରେ ପକାଇ ଦେଇଛି । ଏଭଳି ପରିସ୍ଥିତିରେ ଓମଫେଡ୍ ଅନୁବନ୍ଧିତ ଗୋ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ତୁରନ୍ତ ଗୋଖାଦ୍ୟ ଯୋଗାଇ ଦେବା ସହ ଦୁଗ୍ଧ ସଂଗ୍ରହ ବନ୍ଦ ନକରି ତାହାକୁ ଚାଲୁ ରଖିବାକୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଦରଡା ପାଟଣା ଦୁଗ୍ଧ ସେବା ସମବାୟ ସମିତିର ସମ୍ପାଦକ ସରୋଜ କୁମାର ସାହୁ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ନେଇଥିବା ଲକଡାଉନ୍ ପଦକ୍ଷେପ ପାଇଁ ଓମଫେଡ୍ ସଂସ୍ଥା ଗରିବ ଚାଷୀ ମାନଙ୍କର ଉଦପାଦନ କ୍ଷମ ଦୁଗ୍ଧକୁ ନିୟମିତ ଭାବରେ ଚାଷୀଙ୍କ ଠାରୁ ଗ୍ରହଣ କରୁନାହିଁ ।
ସମଗ୍ର ଭାରତ ବର୍ଷ ବନ୍ଦ ହେତୁ ବଜାରର ଆବଶ୍ୟକତା ପରିଲକ୍ଷିତ ହୋଇଅଛି । ଚା,କଫି,ଦହି,ଘିଅ,ଛେନା ଓ ଦୁଗ୍ଧ ଜାତ ସାମଗ୍ରୀର ଚାହିଦା ଓଡିଶା ବଜାରରେ ଦୃତହ୍ରାସ ଘଟିଅଛି । ଏହି ହ୍ରାସକୁ ଲକ୍ଷକରି ଓମଫେଡ୍ ସଂସ୍ଥା ଯେଭଳି ନିୟମିତ ଭାବରେ କ୍ଷୀର ଚାଷୀଙ୍କ ଠାରୁ ଗ୍ରହଣ କରୁଥିଲା ବର୍ତମାନ ତାହା ଗ୍ରହଣ କରୁନାହିଁ । ବଜାରରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ବିକ୍ରି ହ୍ରାସ ଘଟିଥିବା ପାଇଁ ଚାଷୀଙ୍କ ଠାରୁ କ୍ଷୀର ନିୟମିତ ଗ୍ରହଣ କରିବାରେ ରୋକ୍ ଲଗାଯାଇଛି ।
ଏହି ପରିପେକ୍ଷୀରେ ଚାଷୀମାନଙ୍କ ସମସ୍ୟା ଅତ୍ୟନ୍ତ ଜଟିଳ ହୋଇପଡିଛି । କ୍ଷୀର ଅଭାବ ବିକ୍ରି ପାଇଁ ଚାଷୀ ମାନେ ସେମାନଙ୍କ ଗାଈକୁ ଗୋଖାଦ୍ୟ କିଣି ଯୋଗାଇବାକୁ ଅସମର୍ଥ ହୋଛନ୍ତି । ପରିବାହନ ଉପରେ ଅଙ୍କୁଶ ଲାଗିଥିବାରୁ ଗୋଖାଦ୍ୟ ବଜାରରେ ନିୟମିତି ଉଲ୍ପବଧି ହେଉନାହିଁ । କ୍ଷୀର ବିକ୍ରି ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କର ସମସ୍ୟା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ବ୍ୟାଙ୍କ ଓ ଏସଏଚ୍ଜି ଗ୍ରୁଫ୍ରୁ ଋଣ ଗ୍ରହଣ କରିଥିବା ଚାଷୀ ମାନେ ନିୟମିତ ଭାବରେ ଋଣ ପରିଶୋଧ କରିବାକୁ ଅସମର୍ଥ ହେଉଛନ୍ତି ।
ଦୈନଦିନ ଜିବୀକା ଉପରେ ମଧ୍ୟ ପ୍ରଶାସନିକ ରୋକ ଲାଗିଥିବାରୁ ଦୁଗ୍ଧ ଚାଷୀଙ୍କ ଆର୍ଥିକ ଶୋଚନୀୟ ଅବସ୍ଥା ଘଟିଛି । କ୍ଷୀର କ୍ରୟ ଉପରେ ଅଙ୍କୁଶ ଲଗାଯାଇଥିବାରୁ । ଚାଷୀକୂଳ ଅତ୍ୟନ୍ତ ଦୟନୀୟ ପରିସ୍ଥିତିର ସାମ୍ନା କରୁଛନ୍ତି । ଏହାର ସ୍ଥାୟୀ ପ୍ରତିକାର ଓ ସମାଧାନ ପାଇଁ ସରକାର କ୍ଷୀର ଚାହିଦା ବଜାର ବୃଦ୍ଧି ନିମନ୍ତେ ପ୍ରତ୍ୟେକ ଅଙ୍ଗନବାର୍ଡି ପିଲାଙ୍କୁ ପ୍ରତ୍ୟେକ କାର୍ଯ୍ୟ ଦିବସରେ ୨୦୦ ମି.ଲି କ୍ଷୀର ବିନାମୂଲ୍ୟରେ ଯୋଗାଣ କରାଯାଉ ।
ବିପିଏଲ୍ କାର୍ଡଧରି ପ୍ରତ୍ୟେକ ସଦସ୍ୟ ମାନଙ୍କୁ ସପ୍ତାହକୁ ୧ଲିଟର କ୍ଷୀର ପଂଚାୟତ ମାଧ୍ୟମରେ ଯୋଗାଇ ଦେବାକୁ ସୁ ବନ୍ଦୋବସ୍ତ କରାଯାଉ । ଗୋ ଚାଷୀଙ୍କର ଗାଈ ଖାଦ୍ୟକୁ କିଭଳି ଭାବରେ ସୂଚାର ରୂପେ ପାଇପାରିବେ ତାର ତୁରନ୍ତ ବ୍ୟବସ୍ଥା କରାଯିବାକୁ ସମିତି ତରଫରୁ ନିବେଦନ କରାଯାଇଛି ।
Comments are closed.