Latest Odisha News

BREAKING NEWS

ଦାଦନ ଶ୍ରମିକଙ୍କ ଯତ୍ନ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକଙ୍କୁ ଖାଦ୍ୟ, ଆଶ୍ରୟ, ମେଡିକାଲ ସୁବିଧା ଯୋଗାଇ ଦେବାକୁ ସମସ୍ତ ଏସପି ଓ ଜିଲ୍ଲାପାଳଙ୍କୁ ଆଦେଶ ଦେବା ପାଇଁ ରବିବାର ଦିନ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦାଦନ ଶ୍ରମିକଙ୍କ ପରିବହନ, ଆଶ୍ରୟ ଓ ସୁରକ୍ଷା ପାଇଁ ହାଇକୋର୍ଟ ରେଜିଷ୍ଟରରେ ସାର୍ବଜନିକ ହିତ ପାଇଁ ପିଟିସନ ଦାଖଲ କରିବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.