Latest Odisha News

କଠୋର ହେଲା କେନ୍ଦ୍ର, ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମା ସିଲ୍ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲକ ଡାଉନ୍ ପରେ ମଧ୍ୟ ଶ୍ରମିକଙ୍କ ପଳାୟନକୁ ନେଇ କେନ୍ଦ୍ର ସରକାର କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାକୁ ସିଳ୍ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବାହାରୁ ଆସିଥିବା ଲୋକଙ୍କୁ ସୀମରେ କ୍ୟାମ୍ପ ତିଆରି କରି ରଖାଯାଉ ବୋଲି କହିଛନ୍ତି ।
କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଶ୍ରମିକମାନଙ୍କୁ ରହିବା ଖାଇବାର ବ୍ୟବସ୍ଥା କରାଯାଉ। ଆଉ ଯିଏ ଏହି ନିୟମ ପାଳନ ନ କରିବେ ସେମାନଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ସେହିପରି ଯେଉଁ ଲୋକମାନେ ସହର ଭିତରୁ ରାଜପଥ ଉପରକୁ ଆସୁଛନ୍ତି ସେମାନଙ୍କୁ ବାରଣ କରାଯାଉ।
କରୋନା ଭାଇରସ ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନ ପାଇଁ ତାଲା ବନ୍ଦ ଘୋଷଣା କରିଛନ୍ତି । ତେବେ ଏହାକୁ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ଉଲ୍ଲଂଘନ କରିଛନ୍ତି । ଶହ ଶହ ସଂଖ୍ୟାରେ ଦାଦନ ଶ୍ରମିକମାନେ ଏକାଠି ହୋଇ ଚାଲି ଚାଲି ନିଜ ନିଜ ଘରକୁ ଆସିବା ପାଇଁ ଅଂଟା ଭିଡିଛନ୍ତି । ଏଭଳି ସ୍ଥିତିରେ ଦେଶରେ ଆହୁରି ଜୋର୍‌ରେ ଭୂତାଣୁ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ତୁରନ୍ତ ରାଜ୍ୟ ଓ ଜିଲ୍ଲା ଗୁଡିକର ସୀମାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.