Latest Odisha News

BREAKING NEWS

ଜାଣନ୍ତୁ, ଦେଶର ୧୦ଟି କରୋନା ‘ହଟ୍‌ସ୍ପଟ୍‌’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତର ୧୦ଟି କରୋନା ଭୂତାଣୁ ସଂକ୍ରମଣ ହେବାର ସ୍ଥାନ ବା ହଟ୍‌ସ୍ପଟ୍ ଚିହ୍ନଟ କରିଛନ୍ତି ।

ଦେଶର ଏହି ୧୦ଟି କରୋନା ହଟ୍‌ସ୍ପଟ୍ ମଧ୍ୟରେ ରହିଛି ଦିଲ୍ଲୀର ଦିଲସାଦ୍ ଓ ନିଜାମୁଦ୍ଦିନ, ଉତ୍ତରପ୍ରଦେଶର ନୋଇଡ଼ା ଏବଂ ମୀରଟ । ସେହିପରି ରାଜସ୍ଥାନର ଭିଲୱାରା, ଗୁଜରାଟର ଅହମ୍ମଦାବାଦ, କେରଳର କସରଗଡ଼ ଏବଂ ପଠାଣମଥିଟ୍ଟା । ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ ମଧ୍ୟ ଏହି ୧୦ଟି ହଟ୍‌ସ୍ପଟ୍ ତାଲିକାରେ ରହିଛି ।

ତେବେ ଦିଲ୍ଲୀର ନିଜାମୁଦ୍ଦିନର ଇସ୍ଲାମିକ ଧାର୍ମିକ ସଭାରେ କରୋନା ଭୂତାଣୁ ଅଧିକ ମାତ୍ରାରେ ସଂକ୍ରମିତ ହୋଇ ଏଥିଯୋଗୁଁ ୭ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି ।

ଖାଲି ସେତିକି ନୁହେଁ ଏବେ ନିଜାମୁଦ୍ଦିନ ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଏହି ଧାର୍ମିକ ସଭାରେ ଯୋଗଦେଇଥିବା ୨୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ଅଧିକରୁ ଅଧିକ ପଜିିଟିଭ୍ କେସ୍ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପୀ ଯାଇଛି ।

ରାଜସ୍ଥାନର ଭିଲୱାରା ସହରରେ ୨୧ଜଣ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି ।

ସେହିପରି ଭାବେ ୭୨ଟି ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ
କେବଳ ମୁମ୍ବାଇ ସହରରେ ଅଛନ୍ତି ୫୯ ଜଣ । ମହାରାଷ୍ଟ୍ରରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩୦୨ ।

କେରଳରେ ୨ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.