Latest Odisha News

BREAKING NEWS

ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ; ଭଦ୍ରକର ୨୯ ବର୍ଷୀୟ ଯୁବକ

ଭୁୁବନେଶ୍ୱର: ଓଡିଶାରେ ଚତୁର୍ଥ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଦୁବାଇରୁ ଫେରିଥିବା ଭଦ୍ରକ ଜିଲ୍ଲାର ୨୯ ବର୍ଷୀୟ ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

ମଙ୍ଗଳବାର ଦିନ ପରୀକ୍ଷା କରାଯାଇଥିବା ୧୩୭ ସନ୍ଦିଗ୍ଧଙ୍କ ନମୁନା ମଧ୍ୟରୁ କେବଳ ଏହି ଜଣଙ୍କର କରୋନା ପଜିଟିଭ୍ ଆସିଥିବା ଜଣାପଡିଛି ।

ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଭଦ୍ରକ ଜିଲ୍ଲାପାଳଙ୍କ ସଙ୍ଗେ ଫୋନ୍‌ରେ ଏସଂକ୍ରାନ୍ତରେ କଥାହୋଇ କରୋନା ପଜିଟିଭ୍ ରୋଗୀଙ୍କୁ ତୁରନ୍ତ କଟକ ଏସ୍‌ସିବି ମେଡିକାଲ୍ କଲେଜ ପହପହଞ୍ଚାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି ସଂପୃକ୍ତ କରୋନା ପଜିଟିଭ୍ ଯୁବକଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଚିହ୍ନଟ କରି ଏକାନ୍ତବାସରେ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ ଓଡିଶାରେ ଚିହ୍ନଟ ହୋଇଥିବା ତିନି କରୋନା ପଜିଟିଭ୍ ରୋଗୀ ଭୁୁବନେଶ୍ୱରର ଥିଲେ ।

Leave A Reply

Your email address will not be published.