Latest Odisha News

BREAKING NEWS

ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେଲେ ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ଓଡିଶାର ଦ୍ୱିତୀୟ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଯିବା ପାଇଁ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ବିଦେଶରୁ ଫେରିବା ପରେ ଭୁବନେଶ୍ୱରର ଏହି ୨୦ ବର୍ଷୀୟ ଛାତ୍ର କରୋନା ପଜିଟିଭ ଚିହ୍ନିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏମ୍ସରେ ଚିକିତ୍ସିତ ହେଉଥିଲେ । ଏହି ଛାତ୍ରଙ୍କ ସଦ୍ୟତମ କୋଭିଡ୍‌୧୯ ରିପୋର୍ଟ ନେଗେଟିଭ୍ ଆସିବାପରେ ଡିସ୍‌ଚାର୍ଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି ।

ସେଭଳି କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରହିଥିବା ରାଜ୍ୟର ପ୍ରଥମ କରୋନା ପଜିଟିଭ୍ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ବିଭାଗ ପକ୍ଷରୁ ଅନ୍ୟ ଏକ ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି । ପ୍ରୋଟୋକଲ୍ ଅନୁସାରେ କୌଣସି କୋଭିଡ୍‌୧୯ ପଜିଟିଭ୍ ରୋଗୀଙ୍କ ୨୪ ଘଣ୍ଟା ମଧ୍ୟରେ ନିଆଯାଇଥିବା କ୍ରମାଗତ ଦୁଇଟି ନମୁନା ନେଗେଟିଭ୍ ଆସିଲେ ଡିସ୍‌ଚାର୍ଜ କରିବାନେଇ ବିଚାର କରାଯାଇଥାଏ ।

Leave A Reply

Your email address will not be published.