Latest Odisha News

BREAKING NEWS

କୋଭିଡ୍‌-୧୯: ୪୯ ଥର କଲ୍ କଲାପରେ ଯାଇ ଫୋନ୍ ରିସିଭ୍ କଲେ କରୋନା ରୋଗୀ !

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ କରୋନା ଭୟ ଦୂର କରିବାକୁ ଯାଇ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଯଦି କରୋନା ଭୂତାଣୁ ନେଇ କିଛି ଲକ୍ଷଣ ପ୍ରକାଶ ପାଏ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଜଣାଇବା ଉଚିତ ।

ସାମାଜିକ କଟକଣା, ନିଜକୁ ଅପମାନବୋଧ କରିବା ଯୋଗୁଁ ଲୋକମାନେ କିପରି କରୋନା ଭୂତାଣୁ ଲକ୍ଷଣ ରହିଥିଲେ ମଧ୍ୟ କିପରି ଅସୁସ୍ଥତାକୁ ଲୁଚାଇଥାଆନ୍ତି ସେ ସମ୍ପର୍କରେ ଶ୍ରୀ ବାଗଚୀ କହିଛନ୍ତି । କରୋନା ଲକ୍ଷଣ ଥିବା ସତ୍ୱେ ଆମେ ଏହାକୁ ଲୁଚାଇ ସୁପର୍ ସ୍ପ୍ରେଡ଼ର୍ ଭାବେ କାର୍ଯ୍ୟ କରିଥାଉ । ଏପରି ଭୟ କରିବା ଉଚିତ ନୁହେଁ । ସେ କହିଛନ୍ତି ଯେ, ଜଣେ କରୋନା ଭୂତାଣୁ ସଂକ୍ରମିତ ଥିବା ବ୍ୟକ୍ତିଙ୍କୁ ୪୯ ଥର ଫୋନ କରିବା ପରେ ହିଁ ସେ ଫୋନ ଧରିଥିଲେ । ଏହାର କାରଣ ସେ ଅତ୍ୟଧିକ ମାତ୍ରାରେ ଭୟଭିତ ହୋଇପଡ଼ିଥିଲେ । ଆମେ ଭୟକୁ ଯେତେ ଡରିବା ସେ ଆମକୁ ସେତେ ଡ଼ରାଇବ । ଯଦି ଆପଣ ନିଜକୁ ଜଣେ ସଂଦିଗ୍ଧ ଭାବୁଛନ୍ତି ତେବେ ଆଗେଇ ଆସନ୍ତୁ । ଆପଣ ଆଗେଇ ଆସିଲେ ହିଁ ଆପଣଙ୍କ ଜୀବନ ବଞ୍ଚିଯିବ । ମୁଁ ମଧ୍ୟ ଶପଥ ନେଉଛି ଯେ, ଯଦି ମୋତେ କରୋନା ହୁଏ ତେବେ ମୁଁ ପ୍ରଥମେ ସମସ୍ତଙ୍କୁ ସୂଚନା ଦେବି ବୋଲି ଶ୍ରୀ ବାଗଚୀ କହିଛନ୍ତି ।

କାଶ, ଜ୍ୱର ଏବଂ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ହିଁ କୋଭିଡ୍‌-୧୯ ସଂକ୍ରମଣ ହେବାର ଲକ୍ଷଣ ।

Leave A Reply

Your email address will not be published.