Latest Odisha News

BREAKING NEWS

ମାନିଲେନି କରୋନା ଚେତାବନୀ; ୪୪ଜଣଙ୍କ ଟେଷ୍ଟ ପଜିଟିଭ !

ଟେକ୍ସାସ୍‌ (ୟୁଏସ୍‌): ବୟସ ୨୦ ବର୍ଷରୁ ସାମାନ୍ୟ ଅଧିକ । କରୋନାଭାଇରସ୍ ଚେତାବନୀକୁ ନ ମାନି ଛୁଟି କଟାଇବାକୁ ଯାଇଥିଲେ ୭୦ ଜଣ । ହେଲେ ଫେରିଲାବେଳକୁ ୪୪ଜଣ ସାଥିରେ ନେଇ ଆସିଥିଲେ କୋଭିଡ୍‌-୧୯ ଭୂତାଣୁ ।

CNN ରିପୋର୍ଟ ଅନୁଯାୟୀ ଆମେରିକାର ଟେକ୍ସାସ୍‌ରେ ପ୍ରାୟ ୨ ସପ୍ତାହ ପୂର୍ବରୁ ୧୦ ରୁ ଅଧିକ ଲୋକ ଏକତ୍ରିତ ନ ହେବାକୁ ଆଦେଶ ଜାରି ହୋଇଥିଲା । ଏପରକି ଘରୁ ନ ବାହାରିବାକୁ ମଧ୍ୟ ତାଗିଦ କରାଯାଇଥିଲା ।

ହେଲେ ସରକାରୀ ନିୟମକୁ ନ ମାନି ଟେକ୍ସାସ୍ ୟୁନିଭର୍ସିଟିର ଅନେକ ଛାତ୍ର ଚାଟାର୍ଡ ଫ୍ଲାଇଟ୍‌ରେ ମେକ୍ସିକୋ ବୁଲିଯାଇଥିଲେ । ତେବେ ଫେରିଲା ପରେ ସେମାନଙ୍କ ମଧ୍ୟରୁ ୪୪ ଜଣଙ୍କ ନିକଟରେ କରୋନା ଭୂତାଣୁ ଥିବା ଟେଷ୍ଟରେ ସ୍ପଷ୍ଟ ହୋଇଛି ।

ସୂଚନା ଅନୁସାରେ ଅନେକ ଛାତ୍ର ମେକ୍ସିକୋରୁ ଫେରିବାବେଳେ କମର୍ସିଆଲ୍ ଫ୍ଲାଇଟ୍‌ରେ ଆସିଥିଲେ । ସେମାନଙ୍କ ନାମ ଓ ଠିକଣା ଜରିଆରେ ସଙ୍ଗରୋଧ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ମିଳିଛି ।

Leave A Reply

Your email address will not be published.