Latest Odisha News

BREAKING NEWS

ଆରପାରିରେ ବିଶିଷ୍ଟ ଫିଲ୍ମ ନିର୍ମାତା କଳ୍ପନା ଲାଜମି

ମୁମ୍ବାଇ : ପ୍ରସିଦ୍ଧ ଫିଲ୍ମ ନିର୍ମାତା କଳ୍ପନା ଲାଜମିଙ୍କ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।

କଳ୍ପନାଙ୍କ ଭାଇ ଦେବ ଲାଜମି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ କିଡନୀ ରୋଗରେ ପିଡିତ ଥିଲେ ଏବଂ ଆଜି ଭୋର ୪:୩୦ରେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ଅନ୍ୟପକ୍ଷରେ କଳ୍ପନା ଥିଲେ ବିଶିଷ୍ଟ ଚିତ୍ରକର ଲଳିତ ଲାଜମିଙ୍କ କନ୍ୟା ତଥା ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଗୁରୁଦତ୍ତ ଙ୍କ ଭାଣିଜୀ ।

ତାଙ୍କ ଦ୍ୱାରା ନିର୍ମିତ ଫିଲ୍ମଗୁଡିକ ମୁଖ୍ୟତଃ ନାରୀକେନ୍ଦ୍ରିକ ହୋଇଥାଏ । ତାଙ୍କ ନିର୍ମିତ ଲୋକପ୍ରିୟ ଫିଲ୍ମଗୁଡିକ ମଧ୍ୟରେ ରହିଛି- ଦମନ, ରୁଦାଲି, ଦରମିଆନ ପରି ଫିଲ୍ମ । ଏଥିସହିତ ନିର୍ଦ୍ଦେଶକ ଭାବେ ତାଙ୍କର ଶେଷ ଫିଲ୍ମ ହେଉଛି ‘ଚିଂଗାରି’ । ୨୦୦୬ରେ ନିର୍ମିତ ଏହି ଫିଲ୍ମରେ ମିଥୁନ ଚକ୍ରବର୍ତ୍ତି, ସୁସ୍ମିତା ସେନ ଓ ଅନୁଜ ସାନେ ପ୍ରମୁଖ ଅଭିନୟ କରିଥିଲେ ।

ଅନ୍ୟପକ୍ଷରେ ସେ ଶାମ ବେନେଗାଲଙ୍କ ଏକ ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

ତେବେ କଳ୍ପନାଙ୍କ ଦେହାନ୍ତରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ମୁମ୍ବାଇର ଓଶିୱାରା ଶଶ୍ମାନରେ କଳ୍ପନାଙ୍କ ଅନ୍ତିମ ସଂସ୍କାର କରାଯାଇଛି ଏବଂ ତାଙ୍କର ଅନ୍ତିମ ସଂସ୍କାରରେ ବଲିଉଡର ବହୁ ତାରକାଙ୍କ ସମେତ ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ସେ ଭୁପେନ ହଜାରିକାଙ୍କ ସହିତ ୪୦ ବର୍ଷର ବନ୍ଧୁତ୍ୱକୁ ନେଇ ଏକ ପୁସ୍ତକ ରଚନା କରିଛନ୍ତି । “ ଭୁପେନ ହଜାରିକା- ଆଜ ଆଇ ନ୍ୟୁ ହିମ୍ ନାମକ ଏହି ପୁସ୍ତକ ମୁମ୍ବାଇ ଠାରେ ଶାମ ବେନେଗାଲଙ୍କ ଦ୍ୱାରା ଗତ ସେପ୍ଟେମ୍ବର ୮ ତାରିଖରେ ଉନ୍ମୋଚିତ ହୋଇଥିଲା ।

Leave A Reply

Your email address will not be published.