Latest Odisha News

‘ଫିଲ୍ ମାଇଁ ଦିଲ୍’ରେ ଦୁଇଜଣ ନାୟିକା

‘ଫିଲ୍ ମାଇଁ ଦିଲ୍’ରେ ଦୁଇ ନାୟିକା
ଓଲିଉଡର ଆଗଧାଡ଼ି ନାୟକଙ୍କ ତାଲିକାରେ ଏବେ ସମ୍ବିତ୍ ସାମିଲ୍ ହୋଇଛନ୍ତି । ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି ନାୟକଙ୍କ ହାତରେ ଏବେ ରହିଛି ବେଶ୍ କିଛି ସିନେମା । ‘ଫିଲ୍ ମାଇଁ ଦିଲ୍’ରେ ସେ ନଜର ଆସୁଛନ୍ତି ।

‘ଫିଲ୍ ମାଇଁ ଦିଲ୍’ ସିନେମାର ନିର୍ଦ୍ଦେଶକ ହେଉଛନ୍ତି ଶୈଳେନ୍ଦ୍ର ମିଶ୍ର (ବାବି) । ଶୈଳେନ୍ଦ୍ର ପୂର୍ବରୁ ‘ଦେଲେ ଧରା କଥା ସରେ’ ଚଳଚ୍ଚିତ୍ରରେ ମଧ୍ୟ ନିର୍ଦ୍ଦେଶନା ଦେଇସାରିଛନ୍ତି । ମାତ୍ର ସେଥିରେ ନାୟକ ଭାବେ ଜ୍ୟୋତି ଅଭିନୟ କରିଥିଲେ । ଫିଲ୍ମଟିରେ ଓଡ଼ିଆ ଦର୍ଶକଙ୍କୁ ନୂଆ କିଛି ଦେଖାଇବାକୁ ଚେଷ୍ଟ। କରିଛନ୍ତି । ତେଣୁ ଏହି ଫିଲ୍ମଟିରେ ସିନେମାଟୋଗ୍ରାଫି ଏବଂ ଡ଼ାଇଲଗ୍ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି ।

ଫିଲ୍ ମାଇଁ ଦିଲ୍ ’ ହେଉଛି ଏକ ତ୍ରିକୋଣୀୟ ପ୍ରେମ ସିନେମା । ଏଥିରେ ନାୟକ ସମ୍ବିତଙ୍କ ବିପକ୍ଷରେ ଅଛନ୍ତି ଦୁଇଜଣ ନାୟିକା । ଏମାନେ ହେଲେ ଏଲସା ଓ ଦିବ୍ୟା । ଏଥିରେ ଦୁଇଜଣ ନାୟିକାଙ୍କୁ ଆଧୁନିକା ଯୁବତୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।

ସେପ୍ଟେମ୍ବର ୧୫ରୁ ଏହାର ସୁଟିଂ ଆରମ୍ଭ ହୋଇସାରିଲାଣି । ସବୁଠାରୁ ବଡ଼ କଥା ହେଉଛି ଏହି ସିନେମାରେ କୌଣସି ଖଳନାୟକ ଚରିତ୍ର ଦେଖିବାକୁ ମିଳିବନି । ଏଥିରେ ମିହିର ଦାସ, ପିଣ୍ଟୁ ନନ୍ଦ, ପୃଥୀରାଜ, ପ୍ରିୟଙ୍କା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।

‘ଫିଲ୍ ମାଇଁ ଦିଲ’ର ସଂଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ୍ ମଜୁମଦାର ।

Leave A Reply

Your email address will not be published.