ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାରତରେ ୧୨ ହଜାର ଅତିକ୍ରମ କରିସାରିଲାଣି । ତେବେ ଦେଶର ପ୍ରାୟ ୩୨୫ ଜିଲ୍ଲାରେ ହୋଇନି କରୋନା ସଂକ୍ରମଣ । ଏହି ସବୁ ଜିଲ୍ଲାରୁ ଗୋଟିଏ ହେଲେ କରୋନା ମାମଲା ଆସିନାହିଁ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।
ଗତ ୨୪ ଘଣ୍ଟାରେ ୧୮୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ୯୪୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ୩୭ ଜଣ ପ୍ରାଣ ହରାଇଛନ୍ତି ବୋଲି ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆଇସିଏମଆର ମୁଖ୍ୟ କହିଛନ୍ତି ଯେ, ଦେଶର ସବୁଠାରେ ଆଣ୍ଟିବଡି ଟେଷ୍ଟର ବ୍ୟବହାର ଫାଇଦା ଦେବ ନାହିଁ । ହଟସ୍ପଟ୍ କ୍ଷେତ୍ରରେ ଏହାର ପ୍ରୟୋଗ କରାଯିବ । ଦେଶରେ ତେବେ ସୁଧା ୨ ଲକ୍ଷ ୯୦ ହଜାରରୁ ଅଧିକ ଟେଷ୍ଟ୍ କରାଯାଇଛି । ଆମ ପାଖରେ ପର୍ୟ୍ୟାପ୍ତ କିଟ୍ ମହଜୁଦ ରହିଛି । ରାପିଡ୍ ଆଣ୍ଟିବଡିର ପ୍ରୟୋଗ ଡାଏଗ୍ନୋସିସ୍ ପାଇଁ କରାଯିବ ନାହିଁ । ଗୃହ ମନ୍ତ୍ରାଳୟ କହିଛି ଯେ, ରାଜ୍ୟ ସରକାର ଲକଡାଉନକ କଡାକଡି ଭାବେ ପାଳନ କରୁଛନ୍ତି । ଯେଉଁଠାରେ ଏହା ପାଳନ ନହେବ ସେଠାରେ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ନିଆଯିବ ।
BREAKING NEWS
- ଇଞ୍ଜିନୟରିଂ କଲେଜ ହଷ୍ଟେଲରେ ରାଗିଂ, ଜୁନିଅର ଛାତ୍ରଙ୍କୁ ପିଟିଲେ ସିନିଅର ଛାତ୍ର
- ଆକ୍ସନ ମୁଡ୍ରେ ବିଜେପି: ୪୦ ବିଦ୍ରୋହୀଙ୍କୁ ଦଳରୁ ବହିଷ୍କାର
- ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର
- ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଭୟଙ୍କର ଅଗ୍ନିକାଣ୍ଡ
- ହ୍ୱାଇଟ୍ ହାଉସ୍ ରେସ: ଗଣତି ଜାରି, ମ୍ୟାଜିକ୍ ନମ୍ବର ମୁହାଁ ରିପବ୍ଲିକାନ୍ ପାର୍ଟି
- ରାଜ୍ୟରେ ଶୀତର ପହିଲି ଛୁଆଁ, ମୁକ୍ତାର ଭ୍ରମ ସୃଷ୍ଟି କରୁଛି କାକର ଟୋପା
- ମା’ତାରାତାରିଣୀ ମନ୍ଦିରରୁ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
- ଗଛରେ ପିଟି ହେଲା କାର୍, ୨ ମୃତ
- କିଏ ମାରିବ ବାଜି: ଜନ୍ମମାଟିରେ କମଳାଙ୍କ ପାଇଁ ପୂଜାର୍ଚ୍ଚନା
- ପରଲୋକରେ ଲୋକ ଗାୟିକା ଶାରଦା ସିହ୍ନା, ଛଟ୍ ପୂଜା ଗୀତ ଗାଇ ହୋଇଥିଲେ ପ୍ରସିଦ୍ଧ
Comments are closed.