ଭଦ୍ରକ: ଗଞ୍ଜାମ ପରେ ଭଦ୍ରକ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି। ଏପରିକି ନିୟମ ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।
ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ କହିଛନ୍ତି ଯେ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ନିଷେଧ କରାଯାଇଛି। ଯଦି କେହି ନିୟମ ନମାନନ୍ତି, ତେବେ ଉଲ୍ଲଂଘନକାରୀଙ୍କ ଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ।
ପରବର୍ତ୍ତୀ ସମୟରେ ଉକ୍ତ ଜୋରିମାନା ଆଦାୟ ଅର୍ଥକୁ ନୂତନ ଭାବେ ସୃଷ୍ଟି ହୋଇଥିବା ଏକ ଫଣ୍ଡରେ ଜମା ହେବ। ଏହାବ୍ୟତୀତ କୋଭିଡ-୧୯ ନେଇ ସଚେତନତା ଏବଂ ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ସେହିପରି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ରାସ୍ତାରେ ଛେପ ପକାଇବା ପାଇଁ ବାରଣ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।
ଏହାପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବାରଣ କରିବା ସହ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି।
Comments are closed.