ନୂଆଦିଲ୍ଲୀ: ମହାମହାରୀ କରୋନା ଦେଶରେ ଦ୍ରୁତି ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ କରୋନା ଭାଇରସ୍ର ୧୫୫୩ ନୂତନ କେସ୍ ସାମ୍ନାକୁ ଆସିଛି। ଦେଶରେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଜିଲ୍ଲା କରୋନା ମୁକ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ଗତ ୧୪ ଦିନ ହେବ କୌଣସି କରୋନା କେସ୍ ଆସିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।
ସେ କହିଛନ୍ତି, ପୁଡୁଚେରୀରେ ମାହେ, କର୍ଣ୍ଣାଟକରେ କୋଡାଗୁ ଓ ଉତ୍ତରାଖଣ୍ଡରେ ପୌଡି ଗଢବାଲରେ ଗତ ୨୮ ଦିନରେ କୌଣସି କରୋନା କେସ୍ ସାମ୍ନାକୁ ଆସିନାହିଁ। ୧୮ ରାଜ୍ୟରେ କରୋନା ସଂକ୍ରମଣର ଦ୍ଵିଗୁଣିତ ହାର ହ୍ରାସ ଘଟିଛି। ୩.୪ ପରିବର୍ତ୍ତେ ଏବେ ୭.୫ ଦିନରେ ଦ୍ଵିଗୁଣିତ ଆକ୍ରାନ୍ତ ଦେଖାଯାଉଛି।
ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ କେରଳ ସରକାରଙ୍କୁ ପତ୍ର ଲେଖି ଲକଡାଉନ ନିୟମରେ କରାଯାଇଥିବା କୋହଳତାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି ।
କେତେକ କ୍ଷେତ୍ରରେ କୋହଳତା କରି କେରଳ ସରକାର ଗୃହ ମନ୍ତ୍ରାଳୟର ଗାଇଡଲାଇନକୁ ଉଲ୍ଲଙ୍ଘନ କରୁଛନ୍ତି । ଏହା ସହିତ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ଲକଡାଉନ ଗାଇଡଲାଇନ ଗୁଡ଼ିକର କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
BREAKING NEWS
- ଏହି ଦିନ ରିଲିଜ ହେବ “ମାଳିପୁଟ ମେଲୋଡିଜ୍”;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ
- ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର

Comments are closed.