Latest Odisha News

BREAKING NEWS

କରୋନା ମୁକାବିଲା: ରାଜ୍ୟର ପ୍ରଥମ ଘରୋଇ କୋଭିଡ୍‌୧୯ ଟେଷ୍ଟିଂ ଲ୍ୟାବ୍ ଭାବେ ଅନୁମତି ପାଇଲା ଆପୋଲୋ ହସ୍ପିଟାଲ୍

ଭୁବନେଶ୍ୱର: କୋଭିଡ୍‌୧୯ ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ରାଜ୍ୟର ପ୍ରଥମ ଘରୋଇ ସଂସ୍ଥା ଭାବେ ରାଜଧାନୀର ଆପୋଲୋ ହସ୍ପିଟାଲ୍‌କୁ ମିଳିଛି ଆଇସିଏମ୍‌ଆର୍ ଅନୁମତି । ଏହାକୁ ମିଶାଇ ରାଜ୍ୟରେ ଆଠଟି ସ୍ଥାନରେ କୋଭିଡ୍‌୧୯ ସ୍ୱାବ୍ ନମୁନା ପରୀକ୍ଷଣ ବ୍ୟବସ୍ଥା ଉପଲବ୍ଧ ହୋଇଛି ।

ଏଥିସହିତ ମଙ୍ଗଳବାର ଦିନ ଆପୋଲୋ ହସ୍ପିଟାଲ୍‌ରେ ୨୧ କରୋନା ସ୍ୱାବ୍ ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ ମଙ୍ଗଳବାର ରାଜ୍ୟରେ ସର୍ବାଧିକ ୨୦୨୭ ନମୁନା ପରୀକ୍ଷା କରାଯାଇଥିଲା । ଏଥି ମଧ୍ୟରୁ ଆରଏମଆରସିରେ ୧୨୩୪, କଟକ ଏସସିବିରେ ୩୭୮, ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍‌ରେ ୧୯୨, ଏମ୍ସରେ ୭୭, ଆପୋଲୋ ହସ୍ପିଟାଲରେ ୨୧, ବୁର୍ଲା ଭିମସାରରେ ୩୩, ରାଉରକେଲା ଆଇଜିଏଚରେ ୫୧, ବ୍ରହ୍ମପୁର ଏମକେସିଜି ୪୧ଟି ସ୍ୱାବ ନମୁନା ପରୀକ୍ଷା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.