Latest Odisha News

BREAKING NEWS

କ୍ୱାରେଂଟାଇନରେ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ହେଲସିଙ୍କ: କରୋନା ଭାଇରସ ମୁକାବିଲା ପାଇଁ ବିଶ୍ୱ ସମୁଦାୟ ଜୋରଦାର ପ୍ରୟାସ ଚଳାଇଛନ୍ତି । ତେବେ କିଲର କରୋନା ମଧ୍ୟ ତାର ପ୍ରାଧାନ୍ୟ ବଜାୟ ରଖିଛି । ବିବିସି ରିପୋର୍ଟ ମୁତାବକ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସନା ଗାରିନ କରୋନା ପଜିଟିଭ ହୋଇ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ନିଜକୁ କ୍ୱାରେଂଟାଇନ କରିଛନ୍ତି ।

ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି ଅନ୍ୟଜଣଙ୍କ ସଂସ୍ପର୍ଶରେ ଆସି କରୋନା ଭାଇରସ କବଳରେ ପଡିଛି । ସେଥିପାଇଁ ସନା ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ୩୪ ବର୍ଷୀୟା ସନା ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.