Latest Odisha News

BREAKING NEWS

ରାଜ୍ୟ ଭିତରେ ଯାତାୟତ କରିପାରିବେ ଶ୍ରମିକ, ମିଳିବ ପାସ୍‌

ଭୁବନେଶ୍ୱର: ତାଲାବନ୍ଦ ପାଇଁ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କୁ ଆଶ୍ୱସ୍ତି । ସେମାନେ ଚାହିଁଲେ ଏବେ ରାଜ୍ୟର ଯେକୌଣସି ସ୍ଥାନକୁ ଯାତାୟତ କରିପାରିବେ । କାମ ପାଇଁ ସେମାନଙ୍କୁ ପାସ୍ ମଧ୍ୟ ମିଳିବ । ଶ୍ରମିକମାନେ କାମ କରୁଥିବା ସଂସ୍ଥା ବା ଠିକାଦାର ସେମାନଙ୍କ ନେବା ଆଣିବା କରିପାରିବେ । ଏଥିପାଇଁ ଜିଲ୍ଲାପାଳ ସେମାନଙ୍କୁ ପାସ୍ ଦେବେ ।

କେବଳ ସେତିକି ନୁହେଁ ଶ୍ରମିକଙ୍କୁ ନେବା ଆଣିବା କରିବା ପାଇଁ ଠିକାଦାର ଚାହିଁଲେ ବସ୍‌ର ବ୍ୟବହାର ମଧ୍ୟ କରିପାରିବେ । ସେହି ବସ୍‌କୁ ମାସିକ ଟିକସରୁ ଛାଡ୍ ମଧ୍ୟ ମିଳିବ । କ୍ୟାମ୍ପ୍‌ରେ ଥିବା ଶ୍ରମଜୀବୀମାନେ ୧୪ ଦିନିଆ କ୍ବାରେଣ୍ଟିନ୍ ସମୟ ଅବଧି ଶେଷ କରିସାରିଥିବାରୁ ଅନ୍ୟ କୌଣସି ଠାରେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ତାଙ୍କୁ ବାଧ୍ୟ କରି କ୍ବାରେଣ୍ଟିନ୍‌ରେ ରଖିପାରିବେ ନାହିଁ।

ଶ୍ରମିକଙ୍କ ଦୈନନ୍ଦିନ ଯିବା ଆସିବା ନେଇ ଜିଲ୍ଲା ଶ୍ରମ ଅଧିକାରୀ ବିସ୍ତୃତ ତଥ୍ୟ ରଖିବେ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.