Latest Odisha News

BREAKING NEWS

ମୋବାଇଲ୍ ଲୋକେସନ୍ ଟ୍ରାକିଂରେ ଚିହ୍ନଟ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଓଡ଼ିଶା ସରକାର ଅଭିନବ ପନ୍ଥା ଅବଲମ୍ବନ କରିଛନ୍ତି । ଏବେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ସେମାନଙ୍କୁ ଚିହ୍ନଟ କରୁଛନ୍ତି ରାଜ୍ୟ ସରକାର । ମୋବାଇଲ୍ ଟ୍ରାକିଂ ମାଧ୍ୟମରେ ସରକାର ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରୁଛନ୍ତି ।

ମାର୍ଚ୍ଚ ୨୫ ପରଠାରୁ ପଡ଼ୋଶୀ ପଶ୍ଚିମବଙ୍ଗରୁ ପ୍ରାୟ ୨,୯୦୦ ଜଣ ବ୍ୟକ୍ତି ଓଡ଼ିଶାକୁ ଫେରିଛନ୍ତି । ଏହି ବ୍ୟକ୍ତିମାନଙ୍କୁ ମୋବାଇଲ୍ ଟ୍ରାକିଂ ମାଧ୍ୟମରେ ଚିହ୍ନଟ କରାଯାଇଛି । ଏହି ସମସ୍ତ ବ୍ୟକ୍ତିମାନେ ରାଜ୍ୟର ସମୁଦାୟ ୩୦ ଜିଲ୍ଲାର ୨୯ଟି ଜିଲ୍ଲାମାନଙ୍କରେ ଚିହ୍ନଟ କରାଯାଇଛି ।

ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (ଏନଏଚଏମ) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ସେମାନଙ୍କ ନମୂନା ପରୀକ୍ଷା ଲାଗି ପଠାଇବା ସହିତ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଏମ ନିର୍ଦ୍ଦେଶିକା ।

କୋରାପୁଟର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡ଼ିଏମଓ) ମକରନ୍ଦ ବେଉରା କହିଛନ୍ତି, “ଜିଲ୍ଲାରେ ୪୩ ଫେରନ୍ତାଙ୍କ ମଧ୍ୟରୁ ୨୧ ଜଣଙ୍କୁ ଇତିମଧ୍ୟରେ ଚିହ୍ନଟ କରାଯାଇଛି । ଆମେ ସେମାନଙ୍କ ନମୂନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ଗତକାଲି ରାତିରେ ଆରଏମଆରସିକୁ ପଠାଇଦେଇଛୁ । ଏହିପରି ଟ୍ରାକିଂ ମାଧ୍ୟମରେ ଚିହ୍ନଟ କରିବା ଦ୍ୱାରା କରୋନା ସଂକ୍ରମଣକୁ ରୋକିବାରେ ଅଧିକ ସଫଳ ହୋଇପାରିବା ।”

Leave A Reply

Your email address will not be published.