ଟୋକିଓ:କରୋନା ଭାଇରସ ଯୋଗୁ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ୧ ବର୍ଷ ପାଇଁ ଘୁଂଚାଇ ଦିଆଯାଇଛି । ତେବେ ମଙ୍ଗଳବାର ଅଲିମ୍ପିକ୍ସ ଆୟୋଜକ କମିଟିର ଅଧ୍ୟକ୍ଷ ୟୋସିରା ମୋରିଙ୍କ ବୟାନ ପରେ ଏହାର ଆୟୋଜନ ନେଇ ସନ୍ଦେହ ଉପୁଜିଛି । ମୋରି କହିଛନ୍ତି ଯଦି ଏହା ମହାମାରୀ ୨୦୨୦ ଶେଷ ପର୍ଯ୍ୟନ୍ତ ଲାଗି ରହେ ତାହାହେଲେ ବର୍ଷକ ପାଇଁ ସ୍ଥଗିତ ହୋଇଥିବା ଟୋକିଓ ଅଲିମ୍ପିକ୍ସକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରି ଦିଆଯାଇପାରେ ।
୨୩ ଜୁଲାଇ ୨୦୨୧ରେ ଅଲିମ୍ପିକ୍ସ ଆୟୋଜନ ହେବ ବୋଲି କମିଟି ଘୋଷଣା କରିଛି । ବାରମ୍ବାର ଏହି ମେଗା ଇଭେଂଟକୁ ନ ଘୁଂଚାଇ ବାତିଲ କରିଦେବା ବୁଦ୍ଧିମାନର କାମ ହେବ ବୋଲି ସେ କହିଛନ୍ତି ।
Comments are closed.