ଭୁବନେଶ୍ୱର: ଓଡ଼ିଶା କନ୍ଧମାଳ ଜିଲ୍ଲାର କଳିଙ୍ଗଘାଟିରେ ୨୪ ଘଣ୍ଟା ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଦୁଇଟି ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଗତକାଲି ସୁରତରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ବସ୍ ଗଞ୍ଜାମ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।
ଅନ୍ୟପକ୍ଷରେ ରବିବାର ଦିନ ପୁଣିଥରେ ଏହି କଳିଙ୍ଗଘାଟିରେ ପ୍ରବାସୀ ମାନଙ୍କୁ ନେଇ ଆସୁଥିବ ବସ ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି ।
ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଡ୍ରାଇଭରମାନେ ଏହି ମାର୍ଗ ସହିତ ପରିଚିତ ନଥିବାରୁ ଏବଂ ପାହାଡ ଅଞ୍ଚଳରେ ଗାଡି ଚଳାଇବାର ଅଭିଜ୍ଞତା ଅଭାବରୁ ଦୁର୍ଘଟଣା ଘଟୁଛି। ତେଣୁ ସୁରତରୁ ଓଡିଶାକୁ ଆସୁଥିବା ବସ୍ଗୁଡ଼ିକର ମାର୍ଗ ପରିବର୍ତ୍ତନ ହେବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ୍ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ମାଧପୁର ମାର୍ଗ ନେଇ ନୟାଗଡ଼ର ଓଡାଗା ଦେଇ ଗଞ୍ଜାମରେ ପ୍ରବେଶ କରିବ ।
Comments are closed.