ଭୁବନେଶ୍ୱର: ଆସନ୍ତାକାଲିଠାରୁ ଗ୍ରୀନ ଜୋନରେ ବସ ଚଳାଚଳ ପାଇଁ କେନ୍ଦ୍ର ଅନୁମତି ଦେଇଛି । ତେବେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଲାଇବାକୁ ମନା କରିଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ରାଜ୍ୟ ଘରୋଇ ବସ ମାଲିକ ସଂଘ ସ୍ପଷ୍ଟ ଭାବେ ଜଣାଇଦେଇଛି ଯେ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବା ସମ୍ଭବ ନୁହେଁ । ଏହାଦ୍ୱାରା ବସ ମାଲିକଙ୍କୁ ବଡ ଧରଣର କ୍ଷତି ହେବ । ତେଣୁ ବସ୍ ଚଳାଇହେବ ନାହିଁ ।
ଦେଶରେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହେଉଛି । ଏହି ସମୟରେ ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡିକ ଚାହିଁଲେ ବସ୍ ଚଳାଚଳ କରିପାରିବେ ବୋଲି କେନ୍ଦ୍ର ଗାଇଡଲାଇନ ଜାରି କରିଛି ।
ତେବେ ଘରୋଇ ବସ୍ ଗୁଡିକ ୫୦ ପ୍ରତିଶତ ଯାତ୍ରୀ ନେଇପାରିବେ, ସାମାଜିକ ଦୂରତା ବଜାୟ ରଖିବେ ଓ ବସ୍ ସାନିଟାଇଜ୍ କରିବେ ବୋଲି ଗାଇଡଲାଇନରେ ଦର୍ଶାଯାଇଛି । ଏଭଳି ସ୍ଥିତିରେ ବସ ଚଳାଇବା ସମ୍ଭବ ନୁହେଁ ବୋଲି ଆଜି ଘରୋଇ ବସ ମାଲିକ ସଂଘ ନିଷ୍ପତି ନେଇଛି ।
BREAKING NEWS
- ଦୁର୍ବଳ ଭାରତୀୟ ଅର୍ଥନୀତି, IMF ରାଙ୍କିଙ୍ଗରେ ଖସିଲା ଏହି ସ୍ଥାନକୁ..
- କିପରି ପାଇବେ Z ସିକ୍ୟୁରିଟି? ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ..
- India’s Exports Hit Record: ମୋଦି ମ୍ୟାଜିକ୍ ଆଗରେ ଫେଲ ଟ୍ରମ୍ପ୍ଙ୍କ ଟାରିଫ୍!
- ଦୁଇ ସ୍ବାମୀ ଜଣେ ସ୍ତ୍ରୀ ବିଶ୍ବାସ ନହେଲେ ବି ସତ
- ଭାରତକୁ ବଡ଼ ଝଟକା; ଆମେରିକା ବନ୍ଦ କଲା ଶସ୍ତା ତେଲର ବାଟ
- ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରିଲେ ଖଲୀଲ
- ମହିଳାଙ୍କ ସଶକ୍ତୀକରଣ ପାଇଁ ଆସୁଥିବା ଜାତୀୟ ବିଧେୟକକୁ ବିଜେଡି ପୂର୍ଣ୍ଣ ସମର୍ଥନ ଦେବ: ନବୀନ
- ବିସିସିଆଇ ନିକଟରେ ଅଭିଯୋଗ କଲା ଚେନ୍ନାଇ
- CBSE ଦଶମ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖିଥିବା ଓଡ଼ିଶାର ଦୁଇ ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
- Women’s quota amendment bills tabled: ସଂସଦରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍, ମୁହାଁମୁହିଁ ସରକାର ବିରୋଧୀ…
Comments are closed.